ଡେଲାଙ୍ଗରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ସିଡିପିଓ ଜାପାନୀ କୁମାରୀ ମିତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ଆୟୋଜିିତ ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ବ୍ଲକ ଉନ୍ନୟନ ଅଧିକାରୀ ଦିଲିପ କୁମାର ଷଡଙ୍ଗୀ, ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଜଗଦେବ, ଅତିରିକ୍ତ ବିଡିଓ ପ୍ରଦୀପ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଶିଶୁ ଚାଲଣ, ଯୌନ ନିର୍ଯ୍ୟାତନା ନିରୋଧ ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍ତମ ଶିଶୁ ପାଇଁ ସଠିକ ଯତ୍ନ ନେବା ଓ ପୃଷ୍ଟିକର ଖାଦ୍ୟ ଦିଗରେ ମଧ୍ୟ ପରିବାର ଲୋକେ ଗୁରୁତ୍ୱ ଦେବା ଆବଶ୍ୟକତା, ଏତଦ ସହିତ ଦଳିତ, ନିଷ୍ପେଷିତ, ଅବହେଳିତମାନଙ୍କୁ ଶିଶୁ ଆଇନ, ଶିଶୁ ଯତ୍ନ ଦିଗରେ ଆଜିର ଶିକ୍ଷିତ ଯୁବପିଢି ସଚେତନ କରାଇବା ପାଇଁ ସିଡିପିଓ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନାୱାଡି ସୁପରଭାଇଜର ସମେତ ବିଭିନ୍ନ ଗ୍ରାମ ପଚାଂୟତ ସରପଞ୍ଚ ଗୋବର୍ଦ୍ଧନ ସେଠୀ, ମାର୍କଣ୍ଡ ମଙ୍ଗରାଜ, ମିନାକ୍ଷୀ ମହାପାତ୍ର, ଲକ୍ଷ୍ମୀପ୍ରିୟା ପ୍ରଧାନ, ପ୍ରତିମା ପାତ୍ର, ପ୍ରିୟାଙ୍କା ବଳବନ୍ତରାୟ, ପ୍ରମିଳା ସେନାପତି, ଡେଲାଙ୍ଗ ହାଟ ଫାଣ୍ଡି ଅଧିକାରୀ ଧନପତି ପିଙ୍ଗ୍‌, ରେଡକ୍ରସ୍‌ ପରାମର୍ଶଦାତା ତଥା ଅଧ୍ୟାପକ ତ୍ରିନାଥ ପରିଡା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶେଷରେ ସିଡିପିଓ ଶ୍ରୀମତୀ ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.