ଛତ୍ରପୁର ନୀଳକଣ୍ଠ କଲେଜରେ ଟିବି ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍‌ ଆନୁକୁଲ୍ୟରେ ଶନିବାର ଟିବି ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ରାଜେନ୍ଦ୍ର କୁମାର ଦାଶଙ୍କ ତତ୍ତ୍ଵାବଧାନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଟିବି ଚାମ୍ପିୟନ ମୁନା ବେହେରା ଓ ସ୍ୱେଚ୍ଛାସେବୀ ଅମ୍ବିକା ପ୍ରସାଦ ଚୌଧୁରୀ ପ୍ରମୁଖ ଯୋଗଦେଇ ଯକ୍ଷ୍ମାରୋଗର ପ୍ରାଦୁରଭାବ, ଲକ୍ଷଣ, ନିରାକରଣ, ସତର୍କତା ଅବଲମ୍ବନ ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନତା କରାଯାଇଥିଲା । ଟିବି କେମିତି ହୁଏ ଟିବିର ଲକ୍ଷଣ ସହ ନିରାକରଣ ଓ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମାଗଣାରେ ଯୋଗାଇ ଦିଆଯାଉଥିବା ଔଷଧ ବିଭିନ୍ନ ପରୀକ୍ଷଣ ଅବା ଟେଷ୍ଟ ମାଗଣାରେ ଉପଲବ୍ଧ ରହିଛି । ଏହି ସେବା ପ୍ରତ୍ୟେକ ମାସରେ ପୃଷ୍ଟିକର ଖାଦ୍ୟ ପାଇଁ ପାଞ୍ଚଶହ ଟଙ୍କା ଛଅ ମାସ ପର୍ଯ୍ୟନ୍ତ ମିଳିବା ନେଇ ଛାତ୍ରଛାତ୍ରୀଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଅବଗତ କରାଯାଇଥିଲା । ଶେଷରେ ଟିବି ହାରିବ ଦେଶ ଜିତିବ ବୋଲି କହି ସ୍ଲୋଗାନ ସ୍ୱରୂପ ଶପଥ ପାଠ କରିଥିଲେ ।

Leave A Reply

Your email address will not be published.