ମାଣ୍ଡୋସିଲ ଜୟ ବୁଢ଼ାରଜା କବାଡି : ବାହାଦୂରପୁରକୁ ହରାଇ ମାଗୁରପାଣି ଚମ୍ପିୟାନ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ସୋନିଆ ନଗର ଗଣେଶ ପୂଜା କମିଟି ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଉପଲକ୍ଷେ ଜୟ ବୁଢ଼ାରଜା କବାଡି ଫାଇନାଲ୍‌ ମ୍ୟାଚ୍‌ରେ ବାହାଦୂରପୁର (ଛତିଶଗଡ଼)କୁ ହରାଇ ମାଗୁରପାଣି (ନୂଆପଡ଼ା) ଚମ୍ପିୟାନ୍‌ ହୋଇଛି । ଏଥିରେ ଜିଲ୍ଲାରୁ ଆରମ୍ଭ କରି ରାଜ୍ୟ ବାହାରୁ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ମହେନ୍ଦ୍ର କୁମାର ଖୁଣ୍ଟିଆ ଓ ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟ ଗୁଲାମ ରସୁଲ ରଙ୍ଗରେଜ, ସଞ୍ଜୟ କୁମାର ମୁନ୍ନା, ତପନ କୁମାର ବହିଦାର, ରାଜୀବ ଲୋଚନ ସାହୁ, ତାପସ କୁମାର ସାହୁ ପ୍ରମୁଖ ଯୋଗଦେଇ ଚମ୍ପିୟାନ୍‌ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ । ବୈବସୁତ ପ୍ରଧାନ, ଉମାଶଙ୍କର ସାହୁ, ପିତବାସ ସାହୁ, ଅନିଲ ଦାସ, ସରୋଜ ପ୍ରଧାନ, ଶଙ୍କର ପରାଭୂଏ ପ୍ରମୁଖ ପରିଚାଳନା କରିଥିବା ବେଳେ ହରି ଭରାସାଗର ସ୍କୋରର ଥିଲେ । ଏହି ପ୍ରତିଯୋଗିତାକୁ ସୋନିଆ ନଗର ଗଣେଶ ପୂଜା କମିଟି କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.