
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ନୂତନ ବିଇଓ ଭାବେ ଅଦନ ସୁନା ଯୋଗଦାନ କରିଛନ୍ତି । ତାଙ୍କୁ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଭାରପ୍ରାପ୍ତ ବିଇଓ ଶୁଭମ ପତି ଏବିଇଓ ରାଧେଶ୍ୟାମ ମେହେର, ଦୟାନିଧି କୈବର୍ତ୍ତ, ସିଆରସିସି ଉଗ୍ରସେନ ପ୍ରଧାନ, ରଞ୍ଜନ ବାଗ, ବିଜୟ କୁମାର ସ୍ୱାଇଁ, ଶିକ୍ଷକ ଅଶୋକ ସାହୁ, ସୁଶାନ୍ତ ସାହୁ ନିମାଇଁ ସ୍ୱାଇଁ, ଲବଙ୍ଗ ଲତା ନାଗ ତଥା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ୱାଗତ ଜଣାଇଛନ୍ତି । ଶ୍ରୀ ସୁନା ଏହା ପୂର୍ବରୁ ସିନିଅର ଏସଇଏସ ପ୍ରଧାନ ଶିକ୍ଷକ ଜନତା ନୋଡାଲ ହାଇସ୍କୁଲ ଗୋଡଭଗାରେ କାର୍ଯ୍ୟ କରିଥିବା ବେଳେ ପାଇକମାଳ ବ୍ଲକର ପୂର୍ବ ବିଇଓ ଚୂଡ଼ାମଣି ବାରିକ ଖପ୍ରାଖୋଲକୁ ବଦଳି ପରେ ଝାରବନ୍ଧ ବିଇଓ ଶୁଭମ ପତି ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । ନୂତନ ଦାୟିତ୍ୱ ଗ୍ରହଣ କରିଥିବା ବିଇଓ ଶ୍ରୀ ସୁନା ପାଇକମାଳ ବ୍ଲକର ଶିକ୍ଷାର ଅଗ୍ରଗତି ପାଇଁ ସମସ୍ତେ ସଂଗଠିତ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।