oom

ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲା କଂଗ୍ରେସ ମୟୁରଭଞ୍ଜ ପୂର୍ବ ତରଫରୁ ଏକ ଦାବିପତ୍ର ପ୍ରଦାନ

jsmm

ବାରିପଦା, (ଦେବସ୍ମିତ ଚୌଧୁରୀ) : ଅଭିଯୋଗର ଆଭିପ୍ରାୟ ଏହିକି ମୟୁରଭଞ୍ଜ ଜିଲ୍ଲାର ବାରିପଦା ଠାରେ ୨୦୦୮ ମସିହା ଠାରୁ ଆୟୁର୍ବେଦିକ କଲେଜ ବନ୍ଦ ହୋଇପଡିରହିଛି । ବହୁବାର ଜିଲ୍ଲାବାସୀ ଉକ୍ତ ଅନୁଷ୍ଠାନକୁ ଖୋଲିବା ନିମନ୍ତେ ଦାବି କରି ଆସୁଥିଲେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ କଲେଜ ଖୋଲିବା ନିମନ୍ତେ କୌଣସି ପଦକ୍ଷେପ ନେଇ ନ ଥିଲେ । କିନ୍ତୁ ବର୍ତ୍ତମାନ ନୂଆ ସରକାରର ମାନ୍ୟବର ମୁଖ୍ୟମନ୍ତ୍ରୀ ରାଇରଙ୍ଗପୁରଠାରେ ଏକ ନୂଆ ଆୟୁର୍ବେଦିକ କଲେଜ ଖୋଲିବା ନିମନ୍ତେ ବଜେଟ୍ ରେ ବ୍ୟୟ ବରାଦ ପାରିତ କରିଛନ୍ତି । କିନ୍ତୁ ବାରିପଦା ଠାରେ ଥିବା ସର୍ବ ପୁରାତନ ଆୟୁର୍ବେଦ କଲେଜ ଯାହାର କି ଉଚିତ୍ ଭିତ୍ତିଭୂମି ଅଛି, ବିଲଡ଼ିଂ ଅଛି କିନ୍ତୁ ତାହା କାର୍ଯ୍ୟକାରୀ କରିବା ପାଇଁ କୋଣସି ପଦକ୍ଷେପ ନେଲେ ନାହିଁ । ଆମ୍ଭେ ମୟୁରଭଞ୍ଜ ବାସୀ ଦାବୀ କରୁଛୁ କି ବାରିପଦାରେ ଥିବା ସରକାରୀ ଆୟୁର୍ବେଦିକ କଲେଜକୁ ପୁନଶ୍ଚ ଖୋଲିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିହିତ ପଦକ୍ଷେପ ନିଅନ୍ତୁ, ନଚେତ୍ ଜନଆନ୍ଦୋଳନ ସୃଷ୍ଟି ହେବ । ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବାରିପଦା ସ୍ଥିତ ଆୟୁର୍ବେଦିକ କଲେଜ ଖୋଲିବା ନିମନ୍ତେ ପଦକ୍ଷେପ ନେଲେ ଜିଲ୍ଲାବାସୀ ଉପକୃତ ହେବେ । ବାରିପଦା ପୂର୍ବତନ ନଗର କଂଗ୍ରେସ ସଭାପତି ଶାନ୍ତନୁ ପାଲଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କୁ ପ୍ରଦାନ କରାଯାଇଛି । ଏହି ପ୍ରତିନିଧିଦଳରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ଅଶୋକ ଅଧିକାରୀ, ଜ୍ୟୋତିପ୍ରକାଶ ରଥ, ମୀନକେତନ ବେହେରା,ସୁସ୍ମିତା ଘୋଷାଲ, ଅରବିନ୍ଦ ଦାସ, ସଞ୍ଜୀବ ପଣ୍ଡା, ନିର୍ମଳ ପ୍ରଧାନ,ଦୀପକ ଦାଶ, ଶିବାନନ୍ଦ ଦାସ, କିଶୋର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.