ପାଟଣା ଷ୍ଟେଟ ପ୍ରଥମ ମେଟ୍ରିକ୍ୟୁଲେଟ ରବିଚନ୍ଦ୍ର ସାଏଙ୍କ ୧୩୭ତମ ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର ସମ୍ମିଳନୀ କକ୍ଷରେ ଜୟ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ପାଟଣା ଷ୍ଟେଟର ପ୍ରଥମ ମେଟ୍ରିକ୍ୟୁଲେଟ ରାଜ୍ୟ ଭୂଷଣ ରବିଚନ୍ଦ୍ର ସାଏଙ୍କ ୧୩୭ତମ ଜୟନ୍ତୀ ପାଳନ କରାଯାଇଛି । ପ୍ରଥମେ ସାଧାରଣ ସଂପାଦକ ଦିବାକର ହୋତା ସ୍ୱାଗତ ସମ୍ଭାଷଣ ଦେବା ପରେ ଧିରେନ୍ଦ୍ର ନାରାୟଣ ସିଂହଦେଓ ମଂଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶିବ ପ୍ରସାଦ ନନ୍ଦ, ମୁଖ୍ୟବକ୍ତା ମଧୁସୁଦନ ନାୟକ ଏବଂ ଅନ୍ୟାନ୍ୟ ଅତିଥିବୃନ୍ଦ ଦେବୀ ସରସ୍ୱତୀ ଏବଂ ସ୍ୱର୍ଗତ ରବିଚନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଡ. ଅଶୋକ କୁମାର ସେଠି, ରାମଚନ୍ଦ୍ର ପଟେଲ, ଭବାନୀ ଶଙ୍କର ପଟେଲ, କସ୍ତୁରୀ ରଥ, ରଶ୍ମିତା ମହାନ୍ତିଙ୍କୁ ଜୀବନ ବ୍ୟାପି ସାଧାନା ପାଇଁ ସ୍ୱର୍ଗତ ରବିଚନ୍ଦ୍ର ସାଏ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ନିହାରିକା ମିଶ୍ର, ରାଜଶ୍ରୀ ତ୍ରିପାଠୀ, ମଧୁ ସାହୁ, ରାମ ଶଙ୍କର ଶତପଥୀ ଏବଂ ନମ୍ରତା ପାଣିଗ୍ରାହୀ ମାନପତ୍ର ପଠନ କରିଥିଲୋ । ଏହି ଅବସରରେ ଚିତ୍ରାଙ୍କନ, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ୧୮୭୮ରେ ଜନ୍ମିତ ସ୍ୱର୍ଗତ ରବିଚନ୍ଦ୍ର ସାଏ ତତ୍କାଳୀନ ପାଟଣା ମହାରାଜଙ୍କ ସହାୟତାରେ କଲିକତା ବିଶ୍ୱ ବିଦ୍ୟାଳୟ ପରିଚାଳିତ ସମ୍ବଲପୁର ଜିଲ୍ଲା ସ୍କୁଲରୁ ମେଟ୍ରିକ୍ୟୁଲେସନ ପାସ କରିଥିଲେ । ଏହି ଜୟନ୍ତୀ ସମାରୋହରେ କିଶୋର ମୋହନ ମିଶ୍ର, ଶ୍ୟାମ ସୁନ୍ଦର ଦାଶ, ଆକୁଳ ବେହେରା, ମନୋରଂଜନ ସାହୁ, ମଦନ ମୋହନ ରଥ, କେଶବ ଚନ୍ଦ୍ର ମିଶ୍ର, ମହେଶ୍ୱର ସାହୁମ ପବିତ୍ର ମୋହନ ଦାଶ, ବଳିଷ୍ଠ ପ୍ରଧାନ, ଦେବବ୍ରତ ମିଶ୍ର, କୃଷ୍ଣଚନ୍ଦ୍ର ମହାକୁର, ମାଳତି ଉଦଗାତା, ସାଗରିକା କର, ସତ୍ୟ ନାରାୟଣ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଧର୍ମବ୍ରତ ରଥ, ଚୁଡେନ୍ଦ୍ର ବେହେରା, ସୁନାଧର ବନଛୋର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଉପସଭାପତି ପ୍ରଶନ୍ନ ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.