ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଭଜନ ମଣ୍ଡଳୀ ଆନୁକୂଲ୍ୟରେ ରବିବାର ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୦ତମ ଜନ୍ମଦିନ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ସକାଳରେ ନଗର ସଂକୀର୍ତନ କରାଯାଇଥିଲା । ସନ୍ଧ୍ୟା ସମୟରେ ବେଦଧ୍ୱନି ହୋଇଥିଲା । ଶ୍ରୀ ଶ୍ରୀ ବାବାଙ୍କ ୧୦୦ତମ ଜନ୍ମଲଗ୍ନ ଘୋଷଣା କରାଯାଇ ଭଜନ ଓ କୀର୍ତ୍ତନ କରାଯାଇଥିଲା । ଆବାହକ ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସତସଙ୍ଗରେ ସନ୍ତୋଷ କୁମାର ପାଢ଼ୀ ବାବାଙ୍କ ଜୀବନୀ ଓ ଅବତାରର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ । ହିଂସା, ଗର୍ବ, ଅହଂକାର ଛାଡି ସମସ୍ତେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପରସ୍ପରକୁ ସହଯୋଗ ଓ ଭଲ ପାଇବା ଦେଇ ଆଗକୁ ବଢନ୍ତୁ ବୋଲି ଆହ୍ୱାନ କରିଥିଲେ । ସୁଧାଂଶୁ ଶେଖର ସେଠ, ନିରୋଜ ସାହୁ, ସୁନୀଲ ସାହୁ, ପ୍ରଶାନ୍ତ ସାହୁ, ଫକୀର ମୋହନ ବାରିକ, ସୁରଥ ସାହୁ, ସୁଦାମ ଚରଣ ସାହୁ, ହେମସାଗର ସାହୁ, ପିଣ୍ଟୁ ସାହୁ, ଜିତୁ ସାହୁ, ବୀଣା ସାହୁ, ସନ୍ତୋଷିନୀ ସାହୁ, ଦମୟନ୍ତୀ ସାହୁ, ବୀଣାପାଣି ସାହୁ, ଶିବାନୀ ସାହୁ, ରାନୀ ସାହୁ, ବେବି ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପୂର୍ବତନ ଆବାହକ ସୁନୀଲ ସାହୁ ଧନ୍ୟବାଦ ଦେଇଥିଲ । ସେହିପରି ମାଣ୍ଡୋସିଲ ସତ୍ୟସାଇ ଭଜନ ମଣ୍ଡଳୀ ତରଫରୁ ସତ୍ୟସାଇ ବାବାଙ୍କ ୧୦୦ ତମ ଜନ୍ମଦିବସ ପାଳିତ ହୋଇଯାଇଛି । ଏଥିରେ ଆବାହକ ଶରତ ଚନ୍ଦ୍ର ହଂସ, ନବୀନ ଦଣ୍ଡସେନା, ଯୋଗେନ୍ଦ୍ର ଦଣ୍ଡସେନା, ରାଧେଶ୍ୟାମ ପଟେଲ, ଜଗନ୍ନାଥ ପୁଟା, କିଶୋର ଖୁଣ୍ଟିଆ, ମହେନ୍ଦ୍ର ଖୁଣ୍ଟିଆ, ପଞ୍ଚୁରାମ ସାହୁ, ଅରୁଣାଚାନ୍ଦ ସାହୁ, ଗୋପାଳ ପ୍ରସାଦ ବେହେରା, ତପନ କୁମାର ବହିଦାର, ଅନୀତା ମିଶ୍ର, ଭାରତୀ ସାହୁ, ପ୍ରେମଲତା ସାହୁ, ଗଜରାଜ ଦଣ୍ଡସେନା, ମୂରଲୀ ମହାନନ୍ଦଙ୍କ ସମେତ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ଭକ୍ତମାନେ ଉପସ୍ଥିତ ଥିଲେ । ସେହିପରି ପାଇକମାଲ ସତ୍ୟସାଇ ମନ୍ଦିରରେ ସତ୍ୟ ସାଇ ବାବାଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗଦାମ କରିଥିଲେ । ପବିତ୍ର ମୋହନ ରଥ, ନନ୍ଦ କିଶୋର ଶ୍ରୀବାସ୍ତବ, ଲକ୍ଷ୍ମଣ ସାହୁ, ଜାଜ୍ଞସିନୀ ନାୟକ ପ୍ରମୁଖ ସତ୍ୟ ସାଇବାବାଙ୍କ ଜୀବନୀ ଉପରେ ଭକ୍ତମାନଙ୍କୁ ବୁଝାଇଥିଲେ । ରଶ୍ମିତା ପାତ୍ର, ଦିପ୍ତିମୟୀ ସାହୁ, ଦିଲ୍ଲୀପ ବେହେରା, ଅଶୋକ ସାହୁ ପ୍ରମୁଖ ସାଇ ଭକ୍ତମାନେ ବିଭିନ୍ନ କାମରେ ସହଯୋଗ କରିଥିଲେ । ଏହି ଅବସର ରେ ଦୁଖିଃ ଦରିଦ୍ର ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।
Prev Post