oom

ଦାମ୍ପତ୍ୟ କଳହକୁ ନେଇ ସ୍ୱାମୀର ଜଘନ୍ୟ କାଣ୍ଡ : ଜନ୍ମ କଲା ପୁଅକୁ ନେଇ ଟ୍ରେନ୍‌ ଲାଇନ୍‌ରେ ବାନ୍ଧିଦେଲା ଜହ୍ଲାଦ ବାପା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦାମ୍ପତ୍ୟ କଳହକୁ ନେଇ ସ୍ୱାମୀର ଜଘନ୍ୟ କାଣ୍ଡ । ଏଭଳି କାଣ୍ଡ ଯେ, ଆସୁରିକତାକୁ ବି ବଳି ଯାଇଥିବା ଲୋକେ ଆଲୋଚନା କରିଛନ୍ତି । ବାପା ହୋଇ ଜନ୍ମ କଲା ପୁଅକୁ ନେଇ ଟ୍ରେନ୍‌ ଲାଇନ୍‌ରେ ବାନ୍ଧିଦେଲା ଜହ୍ଲାଦ ବାପା । ଏଭଳି ଏକ ଘଟଣା ସାରା ବଲାଙ୍ଗିର ସହରକୁ ଦେହଳାଇ ପକାଇଛି । ସୂଚନା ଅନୁସାରେ ବଲାଙ୍ଗିର କଂସାରୀପଡ଼ାର ସଚିନ ଦାସ ହେଉଛି ସେଇ ନୃଶଂସ ବାପା, ଯିଏ ନିଜ ସ୍ତ୍ରୀ ସହ କଳହ କରି ୯ବର୍ଷର ନିଷ୍ପାପ ଶିଶୁକୁ ନିକଟସ୍ଥ ଟ୍ରେନ୍‌ ଲାଇନ୍‌ରେ ଶୁଆଇ ଦେଇ ବାନ୍ଧି ଦେବା ସହ ଫଟୋ ଉଠାଇ ପରିବାର ଲୋକଙ୍କ ପାଖକୁ ପଠାଇ ଦେଇଥିଲା । ତେବେ ପରିବାର ଲୋକେ ବଲାଙ୍ଗିର ଟାଉନ୍‌ ପୋଲିସକୁ ଏସଂପର୍କରେ ଖବର ଦେବା ପରେ ବଲାଙ୍ଗିର ଟାଉନ୍‌ ପୋଲିସ ଆର୍‌ପିଏଫ୍‌କୁ ଯୋଗାଯୋଗ କରି ଦ୍ର୍ରୁତ ଗତିରେ ମାଡ଼ି ଆସୁଥିବା ଟ୍ରେନ୍‌କୁ ଅଟକାଇବାକୁ ସକ୍ଷମ ହୋଇଥିଲା । ବଲାଙ୍ଗିର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ ସଦଳବଳେ ଘଟଣାସ୍ଥଳରେ ପହଂଚି ଆର୍‌ପିଏଫ୍‌ ସହାୟତାରେ ଟ୍ରେନ୍‌ ଟ୍ରାକ୍‌ରେ ବନ୍ଧା ହୋଇଥିବା ନିଷ୍ପାପ ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ । ଅନ୍ୟ ପଟେ ଅଭିଯୁକ୍ତ ରାକ୍ଷାସ ବାପା ସଚିନ୍‌ ଦାସକୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.