ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୨ ଗିରଫ

ଚାନ୍ଦବାଲି : ଚାନ୍ଦବାଲିରେ ଚୋରା କୋଇଲା ମାଫିଆ ସକ୍ରିୟ । ବୁଧବାର ରାତି ପ୍ରାୟ ସାଢେ ୧୧ଟାରେ ଏକ ନମ୍ବର ବିହୀନ ପିକଅପ୍ ଭ୍ୟାନ୍‌ ଜବତ ହୋଇଛି । ଚାନ୍ଦବାଲି ଆଇଆଇସି ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ଚାନ୍ଦବାଲି ପୋଲିସ ଏନ୍‌ଏସି ସଦର ବଜାରରେ ପିକଅପ୍ ଭ୍ୟାନ୍‌ ଜବତ କରିବା ସହ ଗାଡି ଚାଳକ ସିପୁନ ରାଉତ ଓ ସହଯୋଗୀ ଦେବେନ୍ଦ୍ର ରାଉତଙ୍କୁ ଧରିବାରେ ସଫଳ ହୋଇଥିଲେ । ଆଜି ଦୁଇଜଣଙ୍କ ନାମରେ କେସ ନଂ ୨୨୪/୨୩ରେ ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.