ବୋଲେରୋରୁ ବିପୁଳ ପରିମାଣର ଚୋରା ମଦ ଜବତ, ୨ ଗିରଫ

ଜଗତସିଂହପୁର : ରଘୁନାଥପୁର ନିକଟ କଲରାବାଙ୍କରୁ ବିପୁଳ ପରିମାଣର ଚୋରା ମଦ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଜଗତସିଂହପୁର ମୋବାଇଲ ୟୁନିଟ୍ ଓ କଟକ ଫ୍ଲାୟିଂ ସ୍କ୍ଵାର୍ଡର ମିଳିତ ଚଢ଼ାଉରେ ଏକ ବୋଲେରକୁ କାବୁ କରିଛି । ବୋଲେରୋରୁ ୫୦ ପେଟି ବିଅର ଓ ୧୯ ପେଟି ବିଦେଶୀ ମଦ ଜବତ ହୋଇଛି । ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ହୋଇଛି । ଅବକାରୀ ବିଭାଗ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ କନ୍ଦରାପଟି ଗ୍ରାମର ଅଭିଜିତ ନାୟକ ଓ ପ୍ରତାପ ମଲିକ । ଜିଲ୍ଲା ଅବକାରୀ ଅଧିକ୍ଷକ ବୈଜୟନ୍ତୀ ପଣ୍ଡା ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.