ଅବକାରୀ ବିଭାଗ ପକ୍ଷରୁ ଚଢାଉ, ପୋଚ ଓ ମଦ ରନ୍ଧା ଉପକରଣ ଜବତ

ତିଗିରିଆ : ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ସୁପରିଟେଣ୍ଡେଣ୍ଟ ଅଫ୍ ଏକ୍ସାଇଜ୍, କଟକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶରେ ଆଠଗଡ଼ ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରମୋଦ କୁମାର ପଣ୍ଡା ତତ୍ତ୍ଵାବଧାନରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଅଞ୍ଚଳରେ ମିଳିତ ଭାବେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୨୯୫୦ ଲିଟର ଗୁଡ ପୋଚ ୧୧୫୫ ଲିଟର ରନ୍ଧା ଦେଶୀ ମଦ ଏବଂ ବିଭିନ୍ନ ମଦ ରନ୍ଧା ଉପକରଣ ଜବତ କରାଯାଇଛି । ଏହି କ୍ରମରେ ୪ ଟି ମାମଲା ଅବକାରୀ ବିଭାଗ ପକ୍ଷରୁ ରୁଜୁ ହୋଇଛି । ଏହି ଚଢାଉରେ ଆଠଗଡ଼ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ଏସ୍ ଆଇ ରାଜ କିଶୋର ଜେନା, ଏସ୍‌ଆଇ ଅଜିତ କୁମାର ପାତ୍ରଙ୍କ ସହିତ ଆଠଗଡ଼ ଅବକାରୀ ବିଭାଗ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.