csstore

ମାଟି ବୋଝେଇ ହାଇୱା ଓଲଟିଲା : ଅଳ୍ପକେ ବର୍ତ୍ତିଲେ ଚାଳକ

ବୌଦ୍ଧ,(ବଂଶୀଧର ମାଝୀ): ବୁଟୁପାଲି-ବଘିଆପଡା ରାସ୍ତାର ତେତେଲେଙ୍ଗା ମାତା ମଠ ନିକଟରେ ଆଜି ଏକ ମାଟି ବୋଝେଇ ହାଇୱା ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡି ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି । ସୂଚନା ଅନୁସାରେ ବଘିଆପଡା ପୂର୍ତ୍ତବିଭାଗ ରାସ୍ତା କାମ କରୁଥିବା ଠିକା ସଂସ୍ଥା ଏ.ଆର.ଏସ.ଏସ.ର ଗୋଟିଏ ହାଇୱା ଓଡି ୦୨ବିସି ୧୯୬୩ ମାଟି ବୋଝେଇ କରି ଅନଲୋଡ ପାଇଁ ରାସ୍ତା କଡରେ ସାଇଡ୍‌ କରୁଥିବା ବେଳେ ମାଟିରେ ଚକ ଦବି ଯାଇ ଓଲଟି ପଡିଛି । ଫଳରେ ମାଟି ପଡି ଜଣେ ଚାଷୀଙ୍କ ଚାଷଜମିରେ ଧାନ ଗଛଗୁଡିକ ପୋତି ହୋଇଯାଇଛି ।

jayashree
Leave A Reply

Your email address will not be published.