+୨ ବିଜ୍ଞାନରେ ଏଥର ଜେଆଇଟିଏମ୍ ଟପ୍ପର ଲିପ୍ସାରାଣୀ ସାହୁ

ବଲାଙ୍ଗିର, (କେପିଏନ୍ଏସ୍) : ଚଳିତ ବର୍ଷ +୨ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଜେଆଇଟିଏମ୍ କଲେଜରେ ଟପ୍ପର ହୋଇଛନ୍ତି ଲିପ୍ସାରାଣୀ ସାହୁ । ସେ ଫିଜିକ୍ସରେ ୯୧, କେମେଷ୍ଟି୍ରରେ ୯୫, ମେଥମେଟିକ୍ସରେ ୯୫ ଏବଂ ବାଇଲୋଜିରେ ୯୫ ମାର୍କ ରଖିଥିବା ବେଳେ ତାଙ୍କ ସଫଳତାକୁ ନେଇ ଜେଆଇଟିଏମ.ରେ ଉତ୍ସାହର ବାତାବରଣ ଦେଖାଦେଇଛି । ସମୁଦାୟ ୯୦% ମାର୍କ ରଖିଥିବା ଲିପ୍ସାରାଣୀ ତାଙ୍କ ସଫଳତା ପଛରେ ଜେଆଇଟିଏମ.ର ଅଧ୍ୟାପକ, ଅଧ୍ୟାପିକା ତଥା ନିଜର ବାପା ଜୟଚନ୍ଦ୍ର ସାହୁ ଓ ମା’ ଶ୍ରୀମତୀ ବୈଦେହୀ ସାହୁଙ୍କ ଉତ୍ସାହ ଓ ଆଶୀର୍ବାଦ ରହିଛି ବୋଲି କହିଛନ୍ତି ।

Leave A Reply

Your email address will not be published.