jayashree

ବିଭତ୍ସ ହତ୍ୟାକାଣ୍ଡ : ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଧୃବରାଜ ନାଏକଙ୍କୁ ଶହେ ଟଙ୍କା ପାଇଁ ଟାଙ୍ଗିଆରେ ହାଣି ହତ୍ୟା

ଝାରସୁଗୁଡ଼ା, (କରୁଣାକର ଶତପଥି) : ଏକ ବିଭତ୍ସ ହତ୍ୟାକାଣ୍ଡ ସାମ୍‌ନାକୁ ଆସିଛି । ମାତ୍ର ଶହେ ଟଙ୍କା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଧୃବରାଜ ନାଏକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ କେହି ଦୃବୁର୍ତ୍ତ ତାଙ୍କୁ ହତ୍ୟା କରିଛି । ମାତ୍ର ୧୦୦ ଟଙ୍କା ପାଇଁ ଅଭିଯୁକ୍ତ ତାଙ୍କ ଜୀବନ ନେଇଯାଇଥିବା ସୂଚନା ମିଳିଛି ।

ଡକ୍ଟର ଧୃବରାଜ ନାଏକଙ୍କ ଭାଇ ଦେଇଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଜଣେ ବ୍ୟକ୍ତି ଧୃବରାଜଙ୍କ ଘର ଭିତରକୁ ପଶି ଆସିଥିଲା । ଘରେ ପଶି ଧୃବରାଜଙ୍କୁ ଉକ୍ତ ଦୁର୍ବୁତ୍ତ ମଦ ପିଇବାକୁ ଶହେ ଟଙ୍କା ମାଗିଥିଲା । ତେବେ ସେ ତାଙ୍କୁ ଟଙ୍କା ନ ଦେଇଥିବାରୁ ବ୍ୟକ୍ତି ଜଣକ ରାଗିଯାଇ ମଦ ନିଶାରେ ଧୃବରାଜଙ୍କ ଉପରେ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଟାଙ୍ଗିଆରେ ଡକ୍ଟର ଧୃବରାଜ ନାଏକଙ୍କୁ ହାଣିଦେବା ପରେ ଏହି ବ୍ୟକ୍ତି ଜଣକ ବର୍ତ୍ତମାନ ଫେରାର ହୋଇଯାଇଥିବା କୁହାଯାଇଛି । ଗୁରୁତର ଅବସ୍ଥାରେ ଡକ୍ଟର ଧୃବରାଜ ନାଏକଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଲଇକେରା ଥାନା ପୋଲିସ ଘଟଣାର ତନାଘନା ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.