om academy

ହାତୀ ଆକ୍ରମଣରେ ପ୍ରାଣ ହରାଇଲେ ଚାଷୀ

jsm

କଟକ : ଥମୁନି ହାତୀ ଆକ୍ରମଣରେ ଶିକାର ହେଇ ପ୍ରାଣ ହରାଇବାର ଘଟଣା । ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଜଣେ ଚାଷୀ ବୋଲି ଖବର ମିିଳିଛି । ସୂଚନାଯୋଗ୍ୟ ଯେ, ଚୈାଦ୍ୱାର ପୌର ପାଳିକାର ୧୨ନଂ ୱାର୍ଡର ରତ୍ନାକର ବେହେରା ଆଜି ସକାଳୁ ନିଜ ଚାଷଜମିକୁ ଧାନ କାଟିବା ପାଇଁ ଯାଉଥିବା ବେଳେ ହାତୀ ସମ୍ନାରେ ପଡି ଯାଇଥିଲେ ଓ ହାତୀ ତାଙ୍କୁ ଦଳି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଗାଁର ଲୋକମାନେ ଶବକୁ ଦେଖି ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ ଓ ବନ ବିଭାଗ ରେଞ୍ଜର ଏବଂ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଘଟଣା ସ୍ଥଳରେ ପହଂଚିଥିଲେ । ଗତକାଲି ରାତିରୁ ହାତୀପଲ ଆସି ଛିନ୍‌ଛତର୍‌ କରି ଦେଇଛନ୍ତି । ହେଲେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯାଇଥିଲା ବୋଲି ଅଭିଯୋଗ କରିବା ସହ ଗାଁ ଲୋକମାନେ କ୍ଷତିପୂରଣ ଦାବୀ କରିିଛନ୍ତି ।

Leave A Reply

Your email address will not be published.