ହଁସ୍‌ବା ପଶ୍ଚିମ୍‌ ଓଡ଼ିଶାର୍‌ କ୍ଷେତ୍‌ ଖଲା : ଆଏଜ୍‌ ଲୋୟର ଇନ୍ଦ୍ର ଜଲ୍‌ସେଚନ ପ୍ରକଳ୍ପ ଲୋକାର୍ପିତ କର୍‌ବେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା : ହଁସ୍‌ବା ପଶ୍ଚିମ୍‌ ଓଡ଼ିଶାର୍‌ କ୍ଷେତ୍‌ ଖଲା । ଚାଷ କାମ୍‌ ଲାଗି ଆର୍‌ ନାଇଁ ରହେନ’ ପାଏନ୍‌ ଲାଗି ମୁଡ଼୍‌ଦୁଖା । ଆଏଜ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କର୍‌ବେ ଲୋୟର ଇନ୍ଦ୍ର ଜଲ୍‌ସେଚନ ପ୍ରକଳ୍ପ । ଇଥି କମା‌ଣ୍ଡ ଏରିଆର ୯୦ ଶତକଡ଼ା ଖରିଫ୍‌ରେ ନିଶ୍ଚିତ ଜଲ୍‌ସେଚନ୍‌ ଆର୍‌ କମା‌ଣ୍ଡ ଏରିଆର ୪୦ ଶତକଡ଼ା ରବିରେ ନିଶ୍ଚିତ ଜଲ୍‌ସେଚନ୍‌ ଫାଇଦା ମିଲି ପାର୍‌ବା ବଲି କୁହାଯଉଛେ ।

ଇନ୍ଦ୍ର ନଏଦ୍‌ (ତେଲ୍‌ ନଦୀର୍‌ ଉପନଦୀ) ନୂଆପଡ଼ା ଜିଲ୍ଲା ଦେଇ କରି ଯାଇଛେ, ଯେନ୍‌ଟାକି ବଲାଙ୍ଗିର ଜିଲ୍ଲା କେ ଲାଗିକରି ଅଛେ । ନୂଆପଡ଼ା ଜିଲ୍ଲାର୍‌ ଖରିଆର୍‌, ବୋଡେ଼ନ୍‌ ଆର୍‌ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକ୍‌ର ଚାଷୀ ମାନ୍‌କୁ ଇନ୍ଦ୍ର ନଦୀ ନୁ ନିଶ୍ଚିତ୍‌ ଜଲ୍‌ସେଚନ୍‌ ସୁବିଧା ଯୋଗେଇ ଦେବାର୍‌ ଲାଗି ଦୃଷ୍ଟି ଦେଇଛନ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲି ଚ‌ର୍ଚ୍ଚା ହଉଛେ ।

ଆଲୋଚନା ହଉଛେ, ଜଲ୍‌ସେଚନ୍‌ର ସୁବିଧା ନାଇଁ ଥିବାର୍‌ ହେତୁ ଖରିଫ୍‌ ଚାଷ୍‌ ପରେ କପା, ଧାନ୍‌ ଆର୍‌ ମେକା ଚାଷ୍‌ କରୁଥିବାର୍‌ ଚାଷୀ ଆର୍‌ କ୍ଷେତ୍‌ ଶ୍ରମିକ୍‌ ମାନେ ସେମାନଙ୍କର୍‌ କୁଟୁମ୍‌ ସାଙ୍ଗେ ବାହାର୍‌ ରାଜ୍ୟ କେ ଯାଇ କରି କାମ୍‌ କର୍‌ବାର୍‌ ଲାଗି ବାଧ୍ୟ ହଉଥିଲେ । ଇ’ ଜଲ୍‌ସେଚନ୍‌ ପ୍ରକଳ୍ପ, ଅଂଚଲ୍‌ର ଚାଷୀ ମାନ୍‌କୁ ଉଇଲ୍‌, କଦ୍‌ଲି ଆର୍‌ ଅଲ୍‌ଗା ମୁଖ୍ୟ ଉଦ୍ୟାନ୍‌ ଭିତ୍ତିକ୍‌ ଫସଲ୍‌ ଚାଷ୍‌ କର୍‌ବାର୍‌ ଲାଗି ଉତ୍ସାହିତ୍‌ କର୍‌ବାର୍‌ ସାଂଗେ ଫସଲ୍‌ ବିବିଧ୍‌ କରଣ୍‌ ଆର୍‌ ପାଏନ୍‌ ବ୍ୟବହାର୍‌ ଦକ୍ଷତା କେ ବଢେ଼ଇ ପାର୍‌ବା । ଇନ୍ଦ୍ର ନଦୀ (ତେଲ୍‌ ନଦୀର୍‌ ଉପନଦୀ) ଉପରେ ଲୋୟର୍‌ ଇନ୍ଦ୍ର ପ୍ରକଳ୍ପ ହେବାର୍‌ ଦ୍ୱାରା ଟିଟିଲାଗଡ଼, ମୁରିବାହାଲ୍‌, ବଙ୍ଗୋମୁଣ୍ଡା ଇ’ ତିନ୍‌ଟା ବ୍ଲକ୍‌ର ୨୬ଟା ପଞ୍ଚାୟତ୍‌ର ୧୧୯ ଖଁଡ଼୍‌ ଗାଁର୍‌ ୨୫୦୦୦ ଚାଷୀ ପରିବାର୍‌ ଉପକୃତ ହେଇ ପାର୍‌ବେ । ଇ’ ପ୍ରକଳ୍ପ ହେବାର୍‌ ଦ୍ୱାରା ମୋଟ୍‌ ୩୭୩୮୯ ହେକ୍ଟର୍‌ କମାଣ୍ଡ ଏରିଆ ଆର୍‌ ୨୯୯୦୦ ହେକ୍ଟର୍‌ ଚାଷ୍‌ ଉପଯୋଗୀ କମାଣ୍ଡ ଏରିଆ ମିଲି ପାର୍‌ବା । ଇଥି ବଲାଙ୍ଗିର ଜିଲ୍ଲାର ୧୬୭୧୦ ହେକ୍ଟର୍‌ ଚାଷ୍‌ ଉପଯୋଗୀ କମାଣ୍ଡ ଏରିଆ ମିଶିକରି ଅଛେ । ପ୍ରକଳ୍ପ ହେବାର୍‌ ଦ୍ୱାରା ବାହାର୍‌ ରାଜ୍ୟ କେ ଯାଉଥିବାର୍‌ ପ୍ରବାସୀ ମାନେ ଆର୍‌ ବାହାର୍‌ ରାଜ୍ୟ କେ ନାଇଁ ଯାଇକରି ଇତାର୍‌ ଦ୍ୱାରା ଉପକୃତ ହେଇ ପାର୍‌ବେ । ଚାଷ୍‌ ନୁ ଉତ୍ପାଦନ୍‌ ବଢ଼ାଯାଇ ପାର୍‌ବା, ଆୟ ବୃଦ୍ଧି ହେବାର୍‌ ସାଙ୍ଗେ ଇ ଅଞ୍ଚଲ୍‌ ନେ କୃଷି ଭିତ୍ତିକ୍‌ ଶିଳ୍ପ ବି ଗଢ଼ି ଉଠ୍‌ବା ।

Leave A Reply

Your email address will not be published.