କଳାହାଣ୍ଡି, (ଭରତ ବିଶି) : କୋକସରା ବ୍ଳକ ଅନ୍ତର୍ଗତ ଖୁର୍ସେଲଗୁଡାର ଦାନିଧରପାଲି (୬୩) ସକାଳେ ପୋଖରୀକୁ ଯିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନିୟ ଲୋକେ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଜଙ୍ଗଲ ବିଭାଗର ଅବହେଳା ଆଉ ବେପରୁଆ ମନୋଭାବ ପାଇଁ ଜଙ୍ଗଲରେ ନିଆଁ ଲାଗିଯିବାରୁ ଜଙ୍ଗଲି ଜନ୍ତୁ ଭୟଭୀତ ହୋଇ ଗାଁ ମୁହାଁ ହେଉଛନ୍ତି । ଏବେ ମଧ୍ୟ ଅଞ୍ଚଳବାସୀ ସୁରକ୍ଷିତ ନୁହନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଧରିଛି ।