୨୫କେଜି ଗଞ୍ଜେଇ ଜବତ, ୧ ଗିରଫ

ମନମୁଣ୍ଡା : ମନମୁଣ୍ଡା ପୁଲିସ ପକ୍ଷରୁ ପ୍ରାୟ ୨୫.୪୦୦କେଜି ଗଞ୍ଜେଇ ଜବତ କରାଯିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ମନମୁଣ୍ଡା ଥାନା କସୁରବନ୍ଧ ପଞ୍ଚାୟତ ସାନଡୁଙ୍ଗୁରିପାଲି ଗ୍ରାମର ଭୂଷଣ ଗରିଆ(୩୩) ବୋଲି ଜାଣିବାକୁ ମିଳିଛି । ସୂଚନା ଅନୁଯାୟୀ ଶଗଡା ଫାଣ୍ଡି ଅଧିକାରୀ ତୁଲାରାମ ମହାନନ୍ଦିଆ ପୁଲିସ ଟିମ୍ ସହ ଶଗଡା ଦିଗରୁ ପାଟ୍ରୋଲିଂ କରି ଆସୁଥିବା ବେଳେ ଅଭିଯୁକ୍ତ ଗଞ୍ଜେଇ ଚାଲାଣ କରିବାକୁ ଯାଉଥିବା ସମୟରେ ତାଙ୍କ ଗାଁ ନିକଟରୁ ପୁଲିସ ତାକୁ ଧରିଥିଲା । ଗଞ୍ଜେଇର ଓଜନ ୨୫କେଜି ୪୦୦ଗ୍ରାମ ହୋଇଥିଲା । ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଅଶ୍ବିନୀ କୁମାର ଭିତିରିଆଙ୍କଠାରୁ ଜାଣିବାକୁ ମିଳିଛି ।

Leave A Reply

Your email address will not be published.