ବଙ୍ଗୋମୁଣ୍ଡା ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ମୁରିବାହାଲକୁ ହରାଇ ବଙ୍ଗୋମୁଣ୍ଡା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ସର୍ବସାଧାରଣ ଖେଳ ପଡିଆରେ ସ୍ୱାମୀ ବିବେକାନନ୍ଦ ପାଠାଗାର ଓ ଆଥଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ହେଉଥିବା ବଙ୍ଗୋମୁଣ୍ଡା ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ଚତୁର୍ଥ ଦିବସରେ କାହ୍ନା ଅଗ୍ରୱାଲ, ରମାରଞ୍ଜନ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଚତୁର୍ଥ ଦିବସରେ ବଙ୍ଗୋମୁଣ୍ଡା ଓ ମୁରିବାହାଲ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ବଙ୍ଗୋମୁଣ୍ଡା ଦଳ ବିଜୟୀ ହୋଇଥିଲା । ରେଫରୀ ବିବତ୍ସ ମାଝୀ ଖେଳ ପରିଚାଳନା କରିଥିବା ବେଲେ ଲାଇନରେ ଶଶାଙ୍କ ଶେଖର ଦାସ ଯାଦବ, ବୈଷ୍ଣବ ତାଣ୍ଡି, ନବୀନ ସରାଫ ସହଯୋଗ କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଡବଲୁ ହଂସ, ଦିବ୍ୟ ନାଏକ, ରଶ୍ମିକାନ୍ତ ସିନ୍ଦୁର, ଯଯାତି ସିନ୍ଦୁର, ସୁନିଶ ପ୍ରଧାନୀ, ସୁଜିତ ପ୍ରଧାନୀ, ଭରତ ନାଏକ ଓ ମଣ୍ଟୁ ସରାଫ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.