jayashree

ଭାରତୀୟ ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ “ବାହ୍ୟ ବହୁମୁଖୀ ବକୃତା” କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ କୁଳପତି ଗୀତାଞ୍ଜଳି ଦାଶଙ୍କ ତତ୍ତ୍ଵାବଧାନରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ବାହ୍ୟ ବହୁମୁଖୀ ବକୃତା (extramural talk) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାର ସଂପାଦକ ଡ଼ଃ. ସତ୍ୟନାରାୟଣ ସାହୁ ସ୍ଵାଗତ ସମ୍ବର୍ଧନା ଦେଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ନିର୍ଦ୍ଦେଶକ ଡଃ. ସଦାନନ୍ଦ ନାୟକ, ଭାରତୀୟ ଶିକ୍ଷା ବ୍ୟବସ୍ଥାର ମୂଳ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ପ୍ରଫେସର ଗୀତାଞ୍ଜଳୀ ଦାଶ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଗୁରୁତ୍ୱ ତଥା ଶିକ୍ଷା ନୀତିରେ ଏହାର ବ୍ୟବହାର ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସ୍ନାତକୋତ୍ତର ବିଭାଗର ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଭାରତୀୟ ଶିକ୍ଷାର ଐତିହ୍ୟ ଓ ସଂସ୍କୃତିର ଗୁରୁତ୍ୱ ବିଷୟରେ ବକ୍ତୃତା ଦେଇଥିଲେ । ଭାରତ ସରକାରଙ୍କର ଦୁରଭାସ ଓ ଯୋଗାଯୋଗ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (Additional director dept. Of telecommunication, Govt. Of India) ଏମ.ମୁରଲୀ କୃଷ୍ଣ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଗୁରୁତ୍ୱ ବର୍ଣ୍ଣନା କରି ଅନେକ ଉଦାହରଣ ମଧ୍ୟ ଦେଇଥିଲେ । ଭାରତ ସରକାରଙ୍କ ଯୋଗାଯୋଗ ଓ ଦୂରଭାଷ ବିଭାଗର କାର୍ଯ୍ୟକାରୀ ନିର୍ଦେଶକ (Deputy director general, Telecommunication,Govt. f India) ସୁବ୍ରତ କୁମାର ପୃଷ୍ଟି ଭାରତୀୟ ଶିକ୍ଷାର ଇତିହାସ ତଥା ସଂସ୍କୃତି ବିଷୟରେ ଅନେକ ଉଦାହରଣ ମଧ୍ୟ ଦେଇଥିଲେ । ବାସୁଦେବ ମିଶ୍ର ମଧ୍ୟ ଅତୀତର ଗୌରବମୟ ଭାରତୀୟ ଶିକ୍ଷାବ୍ୟବସ୍ଥା ସମ୍ପର୍କରେ ସମ୍ୟକ ଆଲୋଚନା କରିଥିଲେ । ଶେଷରେ ଡ଼ଃ. ସତ୍ୟନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ଶିକ୍ଷକ, ବିଦ୍ୟବାରିଧି ତଥା ବିଦ୍ୟାର୍ଥୀମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.