ରଥିଆରେ ସିରିଜ୍‌ ଦୁର୍ଘଟଣା

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ସିରିଜ୍‌ ଦୁର୍ଘଟଣା । ଟ୍ରଲର ପଛ ପଟୁ ପିଟିଲା ଏକ ଆଇଚର ଗାଡି । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥ ଧର୍ମଶାଳା ଥାନା ରଥିଆ ନିକଟରେ ଆଜି ସକାଳୁ ଘଟିଛି ସିରିଜ୍‌ ଦୁର୍ଘଟଣା । ରାଜପଥରେ ଛିଡା ହୋଇଥିବା ଟ୍ରଲର ପଛ ପଟୁ ପିଟିଲା ଆଇଚର ଗାଡି । ଆଉ ପୁଣି ଏହି ଆଇଚର ପିଟି ହୋଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ ରାସ୍ତାତଳକୁ ଖସିପଡିଛି । ଯାହାଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.