ବଲାଙ୍ଗିର ସଦର ଥାନା ନିକଟରେ ଦୁର୍ଘଟଣା, ଜଣେ ଗୁରୁତର ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନାରେ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ସଦର ଥାନା ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଘଟଣା ସ୍ଥଳରେ ପଡ଼ି ରହିଥିଲେ । ଏହି ସମୟରେ ସଦର ଥାନାର ପେଟ୍ରୋଲିଂ ପୋଲିସ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ତେବେ ଗୁରୁତର ଯୁବକଙ୍କ ଏଯାଏଁ ପରିଚୟ ମିଳି ପାରିନଥିବା ଜଣାପଡିଛି ।

Leave A Reply

Your email address will not be published.