
କରଞ୍ଜିଆ : ଯଶୀପୁର ଥାନା ଧୋବାଡିହା ଛକଠାରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍ରୁ ଗତକାଲି ବିଳମ୍ବିତ ରାତିରେ ଲୁଟ୍ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଯଶୀପୁର ଥାନା ୪୯ ନଂ ଜାତୀୟ ରାଜପଥ ପାର୍ଶ୍ଵ ଧୋବାଡିହାଠାରେ ଥିବା ଏସବିଆଇ ଏଟିଏମ୍ରୁ ଲୁଟ୍ ହୋଇଛି । ବିଳମ୍ବିତ ରାତି ପ୍ରାୟ ୨ଟାରେ ଗ୍ୟାସ୍ କଟର ସାହାଯ୍ୟରେ ଦୁର୍ବୃତ୍ତମାନେ ଏଟିଏମ୍ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଘଟଣାସ୍ଥଳରେ ଯଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀ ପହଞ୍ଚି ଲୁଟ୍ ହୋଇଥିବା ଦେଖି ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇଙ୍କୁ ଖବର ଦେଇ ତନାଘନା ଆରମ୍ଭ କରିଛନ୍ତି । ନିକଟସ୍ଥ ଝାଡ଼ଖଣ୍ଡ ରାଜ୍ୟର ମଝି ଗାଁ ତଥା ଅନ୍ୟ ସ୍ଥାନରେ ପୋଲିସ ଖୋଜାଖୋଜି କରୁଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।