oom

ଡ. ଆମ୍ବେଦକର ଜୟନ୍ତୀ ସମାରୋହ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡ଼ ବାବା ସାହେବ୍ ଭୀମ ରାଓ ଆମ୍ବେଦକରଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଲକ୍ଷେଘର ଗଣ୍ଡା ସମାଜ ଜାମସେଠ ଜୋନ ସଭାପତି ତଥା ଯୁବନେତା ଶରତ ଚନ୍ଦ୍ର ତାଣ୍ଡିଙ୍କ ସଭାପତି‌ତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥି ରୂପେ ପଶ୍ଚିମ ଓଡିଶା ଦଳିତ ଅଧିକାର ମଞ୍ଚ ସଭାପତି ଲାଲମନ କନ୍ଧେର, ସ‌ମ୍ମାନୀତ ଅତିଥି ଜାମସେଠ ସରପଞ୍ଚ ରମ୍ଭା ତାଣ୍ଡି, ମୁଖ୍ୟବକ୍ତା ରୂପେ ମଲେଗ୍ରାମ କୁମ୍ଭାର, ଗଣ୍ଡା ସମାଜ ପଞ୍ଚାୟତ ସଭାପତି ତଥା ଜାମସେଠ ଶରତ ଚନ୍ଦ୍ର ତାଣ୍ଡି, ମାଣ୍ଡୋସିଲ ଲଲିତ ଜଗତ, ବରତୁଣ୍ଡା ଦୁଶାସନ କୁମ୍ଭାର ଓ ଗୋବିନ୍ଦ ସୁନା, ଝିଟିକି ଗଣେଶ ସୁନା, କାଂସଡା ରମେଶ ମହାନନ୍ଦ, ଛିନ୍ଦେଇକେଲା ପ୍ରସନ ଜଗତ, ଝାରବନ୍ଧର ଛବିରାମ ଦୀପ, ଭକ୍ତ ତାଣ୍ଡ, ଉପଦେଷ୍ଟା ମଣ୍ଡଳୀ ଗଦାଧର ଭୋଇ, ବ୍ରହ୍ମା ବେନିଆ, ମାୟାଧର ତାଣ୍ଡି, ହରିଚନ ବାଗ ପ୍ରମୁଖ ଡ. ବି ଆର୍ ଆମ୍ବେଦକରଙ୍କ ଆତ୍ମ ଜୀବନୀ ଉପରେ ଏବଂ ତାଙ୍କର ମାନବ ସମାଜ ପ୍ରତି ସଂସ୍କାର ଏବଂ ଦେଶ ପାଇଁ ସମ୍ବିଧାନର ମୌଳିକ ଅଧିକାର ଆଇନ ବଳରେ କିପରି ଜୀବନକୁ ଉସର୍ଗ କରିଥିଲେ । ତାରି ଉପରେ ବିଶଦ ଆଲୋଚନା କରିଥିଲେ । ଏଥିରେ ସମସ୍ତ ସମାଜ ପ୍ରେମିବନ୍ଧୁ ଉପସ୍ଥିତ ଥିଲେ ଶେଷରେ ଜାମସେଠ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଯୋଗିନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.