
ବଲାଙ୍ଗିର, (କେପିଏନ୍ଏସ୍) : ଲୋଇସିଂହା ଥାନାରେ ୭ ବର୍ଷ ପରେ ଜଣେ ଦୋଷୀ ଧରାପଡିଥିବା ନେଇ ବଲାଙ୍ଗିର ଏସ୍ପି ନିତିନ କୁଶଲକର ଆଜି ସୂଚନା ଦେଇଛନ୍ତି । ଏସ୍ପିଙ୍କ ସୂଚନା ଅନୁସାରେ ଲୋଇସିଂହା ଥାନା ଆଇ.ପି.ସି.୨୪.୦୩.୨୦୧୫ ୟୁ/ ଏସ୍ ୩୪୧/୨୯୪/୩୦୭/୩୨୩/୫୦୬/୩୪ ମାମଲା ନମ୍ବର ୬୧ରେ ଅଭିଯୁକ୍ତ ଶୁକ୍ରୁ ଥାପାଙ୍କୁ ୟୁ/ ଏସ୍-୩୨୩ ଆଇପିସିରେ ୭ ବର୍ଷ ପରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଏହି ଘଟଣାକୁ ନେଇ ତଦନ୍ତ କରୁଥିବା ଏସ୍ଆଇ ପି ଜେନାଙ୍କୁ ଏସ୍ପି ନିତିନ କୁଶଲକର ପ୍ରଶଂସା କରିଥିବା ଜଣାପଡିଛି ।