ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ଅଧ୍ୟକ୍ଷ ଶ୍ରୀ ବାରିକ ଭାରତୀୟ ସମ୍ବିଧାନ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିଥିଲେ । ଛାତ୍ରଛାତ୍ରୀ, କର୍ମଚାରୀ ସମସ୍ତେ ମିଶି ସାମୂହିକ ପ୍ରସ୍ତାବନା ପଠନ କରିଥିଲେ । ଏହି ଅବସରରେ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ “ୟୁଥ୍ ପାର୍ଲିଆମେଣ୍ଟ” ମାଧ୍ୟମର ଛାୟା ପାର୍ଲିଆମେଣ୍ଟ ଗଠନ କରି ଅଭିନୟ ମାଧ୍ୟମରେ ଗଣତନ୍ତ୍ରର ଶକ୍ତି ତଥା ତାର ପ୍ରଭାବ ସଂପର୍କରେ ଅବଗତ କରିଥିଲେ । ଅଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ, ପ୍ରଦୀପ୍ତ କୁମାର ସାହୁ, ପ୍ରଦୀପ କୁମାର ଦେୱାନ, ମୀନା କୁମାରୀ ସାହୁ, ଦେବରାଜ ସାହୁ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସଭା ଶେଷରେ ଅଧ୍ୟାପିକା ପୁଷ୍ପାମଞ୍ଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।