୨୬ ନଭେମ୍ବରରେ ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

• ଭାରତୀୟ ସମ୍ବିଧାନର ଅନୁବାଦ ସଂସ୍କରଣ ନଅଟି ଭାଷା: ମାଲାୟଲମ, ମରାଠୀ, ନେପାଳୀ, ପଞ୍ଜାବୀ, ବୋଡୋ, କାଶ୍ମୀରୀ, ତେଲୁଗୁ, ଓଡ଼ିଆ ଏବଂ ଅହମୀୟାରେ ପ୍ରକାଶିତ ହେବ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬ ନଭେମ୍ବର ପୂର୍ବାହ୍ନ ପ୍ରାୟ ୧୧ଟାରେ ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ । ଚଳିତ ବର୍ଷ ସମ୍ବିଧାନ ଗୃହୀତ ହେବାର ୭୬ତମ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଲୋକସଭାର ବାଚସ୍ପତି, ଉଭୟ ସଦନର ସାଂସଦଙ୍କ ସମେତ ଅନ୍ୟମାନଙ୍କର ଅଂଶଗ୍ରହଣ ଦେଖିବାକୁ ମିଳିବ । କାର୍ଯ୍ୟକ୍ରମ ସମୟରେ ଭାରତର ରାଷ୍ଟ୍ରପତି ଭାରତର ସମ୍ବିଧାନର ପ୍ରସ୍ତାବନା ପାଠ କରିବେ । ଏହାବ୍ୟତୀତ, ଭାରତୀୟ ସମ୍ବିଧାନର ଅନୁବାଦ ସଂସ୍କରଣ ନଅଟି ଭାଷାରେ ପ୍ରକାଶିତ ହେବ । ଏହି ଭାଷା ଗୁଡ଼ିକ ହେଲା- ମାଲାୟଲମ, ମରାଠୀ, ନେପାଳୀ, ପଞ୍ଜାବୀ, ବୋଡୋ, କାଶ୍ମୀରୀ, ତେଲୁଗୁ, ଓଡ଼ିଆ ଏବଂ ଅହମୀୟା । କାର୍ଯ୍ୟକ୍ରମ ସମୟରେ ସ୍ମରଣିକା ପୁସ୍ତିକା “ଭାରତ କେ ସମ୍ବିଧାନ ମେ କଲା ଔର କ୍ୟାଲିଗ୍ରାଫୀ” ମଧ୍ୟ ଉନ୍ମୋଚନ ହେବ ।

Leave A Reply

Your email address will not be published.