ନିଆଁ ଲାଗି ଧାନ ଗଦା ନଷ୍ଟ

ମୈଦଲପୁର : ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ସଦର ମହାକୁମାରେ ବୁଧବାର ଭୋର ୪ଟା ସମୟରେ ନିଆଁ ଲାଗି ଏକ ଧାନ ଗଦା ନଷ୍ଟ ହୋଇଯାଇଥିବା ଖବର ମିଳିଛି । କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ପୋଡ଼ି ଯାଇଥିବା ଧାନ ଗଦାଟି ଗ୍ରାମର ଯଦୁ ମାଝିଙ୍କର ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଦୁଇ ଦିନ ତଳେ ୪ଏକର ଜମିରୁ ଧାନ କାଟି ଜମି ନିକଟରେ ଗଦା କରି ରଖିଥିଲେ । ଗ୍ରାମର କିଛି ଲୋକ ଭୋର ସମୟରେ ଶୌଚ ପାଇଁ ଯାଉଥିବା ବେଳେ ଉକ୍ତ ଧାନ ଗଦାରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ନିଆଁ ଲାଗିବା ଜାଣି ଯଦୁଙ୍କୁ ଖବର ଦେବା ସହ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ପ୍ରଶାସନ ତରଫରୁ ଅସହାୟ ପରିବାରଙ୍କୁ ସହାୟତା ଲାଗି ନିବେଦନ କରାଯାଇଛି ।

Leave A Reply

Your email address will not be published.