କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ବିନେକେଲା ଗାଁରେ ଟ୍ରାକ୍ଟର ହଲର୍ରେ ଧାନ କୁଟାଇବା ବେଳେ ଫସି ମାଲିକ ଶେଷ ଦେବ ପ୍ରଧାନ (୩୦)ଙ୍କ ମୁଣ୍ଡ କଟି ମୃତ୍ୟୁ । ସୂଚନା ଯୋଗ୍ୟ ଯେ, ଟ୍ରାକ୍ଟର ମାଲିକ ଶେଷ ଦେବ ନିଜେ ତାଙ୍କ ଟ୍ରାକ୍ଟର ହଲର୍ରେ ଧାନ କୁଟାଉଥିଲେ । ହଠାତ ତାଙ୍କ ବେକରେ ଥିବା ଗାମୁଛା ହଲର୍ ବେଲ୍ଟରେ ଲାଗିଯିବା ଯୋଗୁଁ ତାଙ୍କ ବେକ କଟିଯାଇଥିଲା ଫଳରେ ଘଟଣା ସ୍ଥଳରେ ହିିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ଏହି ଘଟଣା ପରେ ବିନେକେଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Prev Post