୨୪ ଘଣ୍ଟିଆ ପୂର୍ଣ୍ଣକାଳୀନ ଚିକିତ୍ସାଳୟ ସ୍ଥାପନ ଦାବିରେ ‘ଦେବଗଡ଼ ବନ୍ଦ’ ଡାକରା

ଦେବଗଡ : ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା ଦେବଗଡ଼ ଜିଲ୍ଲା ଯୁବକ ଏକତା ମଞ୍ଚ । ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଦାବିରେ ବନ୍ଦ ରହିଛି । ଯାହାଫଳରେ ସବୁ ଅଫିସ, ଦୋକାନ ବଜାର, ସ୍କୁଲ, କଲେଜ ବନ୍ଦ ରହିଛି । ସହର ବିଭିନ୍ନ ଛକରେ ଯୁବକ ଏକତା ମଞ୍ଚର ସଦସ୍ୟମାନେ ଫିକେଟିଂ କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି । ଏଥିପାଇଁ ଯାନବାହନ ଯାତୟାତ ବନ୍ଦ ରହିଛି । ନୂଆଁ ବାଲିରୋଇ ମୌଜାରେ ନବନିର୍ମିତ ସୁପର୍‌ ସ୍ପେସିଆଲିଟି ହସପିଟାଲରେ ନିଅଣ୍ଟିଆ ସ୍ୱାସ୍ଥ୍ୟସେବା ଓ ନାନା ଅବ୍ୟବସ୍ଥା ଦେଖି ଜନଅସନ୍ତୋଷ ଲାଗି ରହିଛି । ଜିଲ୍ଲା ଯୁବ ଏକତା ମଞ୍ଚ ପୁରଣା କୋଠାରେ ଏକ ୨୪ ଘଣ୍ଟିଆ ପୂର୍ଣ୍ଣକାଳୀନ ଚିକିତ୍ସାଳୟ ସ୍ଥାପନ କରିବା ଦାବିରେ ୧୨ ଘଣ୍ଟିଆ ‘ଦେବଗଡ଼ ବନ୍ଦ’ ଡାକରା ଦେଇଛି ।

jittmm
Leave A Reply

Your email address will not be published.