oom

ମାରିଓ ମେଲେଟା ଜିଲ୍ଲା ନକ ଆଉଟ କ୍ରିକେଟରେ ପଦ୍ମପୁର ଫାଇନାଲ୍‌ରେ : ସୁପର ଜିମ୍ନାସିୟମ ଏବଂ ଲରମ୍ଭା ବିଜୟୀ

jsmm

ପଦ୍ମପୁର/ ସୋହେଲା, (ନିରୋଜ କୁମାର ପାଣୀ) : ପଦ୍ମପୁର ଓ ସୋହେଲା ଠାରେ ଚାଲିଥିବା ଜିଲ୍ଲା ନକ ଆଉଟ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜିର ଖେଳରେ ପଦ୍ମପୁର ଜୋନରେ ପଦ୍ମପୁର ବୋଡ଼ାସମ୍ବର କ୍ରିକେଟ୍ କ୍ଲବ ଫାଇନାଲକୁ ଉନ୍ନିତ ହୋଇଥିବା ବେଳେ ସୋହେଲା ଜୋନ୍‌ରେ ସୁପର ଜିମ୍ନାସିୟମ ଏବଂ ଲରମ୍ଭା ବିଜୟୀ ହୋଇଛନ୍ତି । ପଦ୍ମପୁର ହାଇସ୍କୁଲ ପଡିଆ ଠାରେ ଚାଲିଥିବା ମାରିଓ ମେଲେଟା ଜିଲ୍ଲା ନକ ଆଉଟ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ଏକମାତ୍ର ସେମି ଫାଇନାଲରେ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନେହେରୁ ପାଠାଗାର, କନ୍‌ସିଂହା ଦଳ ୨୦ ଓଭରରେ ଅକ୍ଷୟ ଭୋଇଙ୍କ ୬୪ ରନ ଫଳରେ ଦଳ ୧୩୬/୭ ରନ କରିଥିଲେ । ପ୍ରତୀପକ୍ଷ ପଦ୍ମପୁର ଦଳ ପକ୍ଷରୁ ଧରଣୀ ବାରିକ ୨୮/୩ , ସୋମେଶ ମାଝୀ ୩୨/୨ ୱିକେଟ ନେଇଥିଲେ । ପଦ୍ମପୁର ଦଳ ବ୍ୟାଟିଂ କରି ମାତ୍ର ୧୬ ଓଭରରେ ସତ୍ୟ ସେଠ୍ ୪୮ ରନ, ଚିନ୍ମୟ ପାଣିଗ୍ରାହୀ ୪୨ ରନ କରିଥିଲେ । ଫଳରେ ଦଳ ୧୩୭/୪ ରନ କରି ମ୍ୟାଚକୁ ୬ ୱିକେଟ ରେ ଜିତି ନେଇ ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଥିଲେ । ନେହେରୁ ପାଠାଗାର ପକ୍ଷରୁ ନରେଶ ବାରିକ ୧୭/୨ ୱିକେଟ ନେଇଥିଲେ ।

ସୋହେଲା ଷ୍ଟାଡିୟମରେ ପ୍ରତିଯୋଗିତାର ଚତୁର୍ଥ ଦିବସରେ ସୁପର ଜିମ୍ନାସିୟମ ବରଗଡ଼ ଏବଂ ଲରମ୍ଭା ଦଳ ନିଜ ନିଜ ମ୍ୟାଚ ଜିତି କ୍ୱାଟରଫାଇନାଲରେ ପ୍ରବେଶ କରିଛନ୍ତି । ଆଜି ପ୍ରଥମ ମ୍ୟାଚରେ ସୁପର ଜିମ୍ନାସିୟମ ଦଳ ବିଜେପୁରକୁ ପରାସ୍ତ କରିଥିଲା । ବିଜେପୁର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ଟି ଉଇକେଟ ହରାଇ ୧୬୬ ରନ କରିଥିଲା । ବିଜେପୁର ଦଳର ରାକେଶ ୮୦ ରନ କରିଥିଲେ । ଏହାର ଜବାବରେ ବରଗଡ଼ ଦଲ ମାତ୍ର ୪ଟି ଉଇକେଟ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା । ଦ୍ଵିତୀୟ ମ୍ୟାଚ ଲରମ୍ଭା ବନାମ ଜିବିସିବି ବରଗଡ ମଧ୍ୟରେ ହୋଇଥିଲା । ବରଗଡ଼ ଦଳ ଟସ ଜିତି ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ୧୪୪ରନ କରିଥିଲା । ଏହାର ଜବାବରେ ଲରମ୍ଭା ଦଳ ନୁନଟୁଙ୍କ ୫୪ ବଳରେ ୫ଟି ଉଇକେଟ ହରାଇ ଲକ୍ଷ୍ୟ ହାସଲ କରି ବିଜୟୀ ହୋଇଥିଲେ । ଆଜିର ମ୍ୟାଚକୁ ପ୍ରଦୀପ ଦାସ, ରାଜୁ ମିଶ୍ର ,ଦିଲ୍ଲୀପ ଭୋଇ ପରିଚାଳନା କରିଥିଲେ । ସନ୍ତୋଷ ମେହେର ସ୍କୋରର ଦାୟିତ୍ୱ ତୁଲାଇଥିଲେ ।

jittmm
Leave A Reply

Your email address will not be published.