ରାଜ୍ୟରେ ଗତ ୨୪ ଘଂଟାରେ ୨୯୯୩ ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୬୦୬

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କ୍ଷୀପ୍ର ବେଗରେ ବଢ଼ି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୯୯୩ ଜଣ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୭୯ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୧୧୪ ଜଣ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୧, ବାଲେଶ୍ୱରରୁ ୧୧୫, ବରଗଡ଼ରୁ ୯୮, ଭଦ୍ରକରୁ ୯୨, ବଲାଙ୍ଗିରରୁ ୬୨, ବୌଦ୍ଧରୁ ୯, କଟକରୁ ୧୫୮, ଦେବଗଡ଼ରୁ ୯, ଢେଙ୍କାନାଳରୁ ୬୦, ଗଜପତିରୁ ୪୩, ଗଂଜାମରୁ ୨୭୧, ଜଗତସିଂହପୁରରୁ ୪୬, ଯାଜପୁରରୁ ୧୨୧, ଝାରସୁଗୁଡ଼ାରୁ ୪୩, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୫୮, କେନ୍ଦ୍ରାପଡ଼ାରୁ ୪୩, କେଉଁଝରରୁ ୬୩, ଖୋର୍ଦ୍ଧାରୁ ୬୦୬, କୋରାପୁଟରୁ ୯୫, ମାଲକାନଗିରିରୁ ୮୫, ମୟୁରଭଂଜରୁ ୧୨୦, ନବରଂଗପୁରରୁ ୬୮, ନୟାଗଡରୁ ୧୫୩, ନୂଆପଡ଼ାରୁ ୧୧, ପୁରୀରୁ ୧୫୬, ରାୟଗଡ଼ାରୁ ୧୩୭, ସମ୍ବଲପୁରରୁ ୧୦୪, ସୋନପୁରରୁ ୪୦ ଓ ସୁନ୍ଦରଗଡ଼ରୁ ୭୦ ଜଣଙ୍କ ପଜିଟିଭ୍‌ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୮୫୩୦ ହୋଇଥିବା ବେଳେ ସୁସ୍ଥତା ଲାଭ କରିଛନ୍ତି ୫୨୨୭୬ ଜଣ । ୨୫୭୯୨ ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.