ମୋଦି ସରକାରଙ୍କ ୬୫ ଯୋଜନାରେ ୬୦,୮୬୫ କୋଟି ଓଡିଆ ଲୋକଙ୍କ ବ୍ୟାଙ୍କ ଖାତାରେ : ଧର୍ମେନ୍ଦ୍ର ପ୍ରଧାନ

ମୋଦି ସରକାରଙ୍କ ସମାବେଶୀ ଆର୍ଥିକ ଯୋଜନା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌
• ‘ମୁଦ୍ରା ଯୋଜନା’ରେ ଋଣ ନେଇ ଓଡ଼ିଶାର ୪୧ ଲକ୍ଷ ଲୋକ ସଶକ୍ତ ହୋଇପାରିଛନ୍ତି
• ରାଜ୍ୟର ୭୪ ଲକ୍ଷ ପରିବାରର ୧.୫ କୋଟିରୁ ଉର୍ଦ୍ଧ୍ୱ ଗରିବ ଜନଧନ ଯୋଜନାରେ ଉପକୃତ
• ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଓଡ଼ିଶାର ୨୫୦୦ରୁ ଉର୍ଦ୍ଧ୍ୱ ଉଦ୍ୟମୀଙ୍କ ସ୍ୱପ୍ନକୁ ପୂରଣ କରିଛି
• ପ୍ରଧାନମବୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତୀୟ ଅର୍ଥନୀତିରେ ବଡ଼ ପରିବର୍ତ୍ତନ ଆସିଛି

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା,
ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଭଳି ୬୫ଟି ଭିନ୍ନ ଭିନ୍ନ ଯୋଜନା ମାଧ୍ୟମରେ ଓଡ଼ିଶାର ହିତାଧିକାରୀମାନେ ଡ଼ିବିଟି ଜରିଆରେ ତଥା ସିଧାସଳଖ ବ୍ୟାଙ୍କ୍‌ ଖାତାରେ ୬୦,୮୬୫ କୋଟି ଟଙ୍କା ପାଇଛନ୍ତି । ଓଡ଼ିଶା ଭଳି ଗ୍ରାମ୍ୟ ଅର୍ଥନୀତି ଅଞ୍ଚଳରେ ଡିବିଟି ; ଉଭୟ ସରକାର ଏବଂ ଲାଭାର୍ଥୀଙ୍କୁ ସହାୟକ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ମୋଦି ସରକାରଙ୍କ ସମାବେଶୀ ଆର୍ଥିକ ଯୋଜନା ପ୍ରସଙ୍ଗରେ ଟ୍ୱିଟ୍‌ କରିଛନ୍ତି ଯେ ପ୍ରତ୍ୟେକ ଘରକୁ ବ୍ୟାଙ୍କ୍‌ ସହ ଯୋଡ଼ିବା ଏବଂ ବ୍ୟାଙ୍କ୍‌ ଖାତା ନଥିବା ପ୍ରତ୍ୟେକ ଲୋକଙ୍କୁ ବ୍ୟାଙ୍କିଂ ସୁବିଧା ପ୍ରଦାନ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ୨୦୧୪ ମସିହାରେ ଶୁଭାରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ୍ତ ସମାବେଶୀ ଆର୍ଥିକ କାର୍ଯ୍ୟକ୍ରମ ତଥା ଭୂୟଂସୀ ପ୍ରଶଂସା ପାଇଥିବା ‘ଜନଧନ ଯୋଜନା’ ଚଳିତବର୍ଷ ଅଗଷ୍ଟ ମାସ ସୁଦ୍ଧା ଦେଶର ୪୦ କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଏବଂ ସରକାରୀ ଲାଭ ଦେଇଛି । ପ୍ରଧାନମନ୍ତ୍ରୀଙ୍କ ଏହି କଲ୍ୟାଣକାରୀ ଯୋଜନାରେ ଓଡ଼ିଶାର ୭୪ ଲକ୍ଷ ପରିବାରର ୧.୫ କୋଟିରୁ ଉର୍ଦ୍ଧ୍ୱ ଗରିବ ଲୋକ ଉପକୃତ ହୋଇପାରିଛନ୍ତି । ସେହିପରି ‘ମୁଦ୍ରା ଯୋଜନା’ ସମାବେଶୀ ଆର୍ଥିକ ଯୋଜନା ଏବଂ ଦେଶରେ ଅଣୁ ଉଦ୍ୟୋଗ ଗୁଡ଼ିକୁ ମଜବୁତ୍‌ କରିବା ପାଇଁ ଅନ୍ୟ ଏକ ରଣନୈତିକ ପଦକ୍ଷେପ ଭାବେ ଉଭା ହୋଇଛି । ‘ମୁଦ୍ରା ଯୋଜନା’ରେ ଋଣ ନେଇ ଓଡ଼ିଶାର ୪୧ ଲକ୍ଷ ଲୋକ ସଶକ୍ତ ହୋଇପାରିଛନ୍ତି । ଏହା ଅପାର ସମ୍ଭାବନାର ସମ୍ଭାର ଆଣିବା ସହ ଲୋକଙ୍କ ଆର୍ôଥକ ପ୍ରତିବନ୍ଧକକୁ ମଧ୍ୟ ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

Leave A Reply

Your email address will not be published.