ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମେରା ଯୁବା ଭାରତ, ବଲାଙ୍ଗିର (ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବ୍ୟାପାର ବିଭାଗ) ଓ ଅଧ୍ୟାତ୍ମ ଜ୍ଞାନ ମନ୍ଦିର, କାଲିଝରଣର ମିଳିତ ସହଯୋଗ ଦ୍ୱାରା ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମର ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରାଯାଇଥିଲା । ମନ୍ଦିର ମୁଖ୍ୟ ପରଚାଳକ ନୂତନ କୁମାର ଭୋଇ ବରିଷ୍ଠ ନାଗରିକମାନଙ୍କ ପ୍ରତି ପରିବାରର ସଦସ୍ୟମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଏବଂ ବରିଷ୍ଠ ନାଗରିକମାନଙ୍କର ନିଜସ୍ୱ ଶାରୀରିକ ଓ ମାନସିକ ସଚେତନତା ଉପରେ ସଚେତନ କରାଇଥିଲେ । ସତ୍‌ସଙ୍ଗ ମାଧ୍ୟମରେ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ଉପଦେଶ ମାଧ୍ୟମରେ ଯୁବ ବର୍ଗଙ୍କୁ ବରିଷ୍ଠ ନାଗରିକମାନଙ୍କ ପ୍ରତି ସେବା ଭାବ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଏହା ସହିତ ବରିଷ୍ଠ ନାଗରିକମାନଙ୍କୁ ଅଧ୍ୟାତ୍ମ ଜ୍ଞାନମନ୍ଦିରର ‘ଉଦ୍ଭିଦ ବାଟିକା’ର ଦୁର୍ଲଭ ବୃକ୍ଷଲତାମାନଙ୍କର ଦର୍ଶନ କରାଇଥିଲେ । ମନ୍ଦିର ପରଚାଳନା ସଦସ୍ୟମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା । ମେରା ଯୁବ ଭାରତ, ବଲାଙ୍ଗିର ର କର୍ମକର୍ତ୍ତା ବଳିଆର ସିଂ ବସ୍ତିଆ କାର୍ଯ୍ୟକ୍ରମର ମହତ୍ୱ ଉଦ୍ଦେଶ୍ୟ ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.