ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ କଲେଜ ଛାତ୍ରୀ ମୃତ

କେସିଙ୍ଗା : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଜଣେ କଲେଜ ଛାତ୍ରୀ ମୃତ ଅନ୍ୟ ଜଣେ ଗୁରୁତର । ବୁଧବାର ଅପରାହ୍ନରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ୨୬ନଂ ଜାତୀୟ ରାଜପଥ ସୁକନାଭଟା ଗ୍ରାମ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୁରୁତର ଥିବା କଲେଜ ଛାତ୍ରୀଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତରଙ୍କ ଚିକିତ୍ସା ଚାଲିଛି । ଅନ୍ୟ ବାଇକ୍ ଚାଳକ ବଗାଡ ଗ୍ରାମର ଶିବ ସାହୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନରେ କେସିଙ୍ଗା ବ୍ଲକ ବଗାଡ ଗ୍ରାମର ମନୋଜ ସାହୁ ଓ କଶୃପଡା +୨ କଲେଜର ଜଣେ ଛାତ୍ରୀ ବାଇକ୍ ଯୋଗେ ଫେରୁଥିଲେ । ସୁକନାଭଟା ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଛାତ୍ରୀ ଜଣଙ୍କ ବାଇକ୍‌ରୁ ଛିଟିକି ପଡିଥିଲେ । ମନୋଜ ଓ ଛାତ୍ରୀ ଜଣଙ୍କ ଗୁରୁତର ହୋଇଥିଲେ । ଦୁଇ ଜଣଙ୍କୁ ପ୍ରଥମେ ଉଦ୍ଧାର କରାଯାଇ କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଆହତ କଲେଜ ଛାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ହେବାରେ ବିଳମ୍ୱ ହୋଇଥିବା ଯୋଗୁଁ ଆଜି ସକାଳ ସାଢେ ୯ ଟା ସୁଦ୍ଧା ମୃତଦେହ ନିଜ ଘର କେସିଙ୍ଗାରେ ପହଞ୍ଚି ନଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ କେସିଙ୍ଗା ପୁଲିସ ପହଞ୍ଚି ବାଇକ୍ ଜବତ କରି ତଦନ୍ତ ଆରମ୍ଭ କରିଛି ।

jittmm
Leave A Reply

Your email address will not be published.