oum

ଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର

jsm

ଆଠଗଡ଼ : ଆଠଗଡ଼ ସହରର ଅଶୋକନଗର ଓ ମୈତ୍ରୀ ବିହାରର ମଧ୍ୟବର୍ତ୍ତୀ ଏକ ଚାଷଜମିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାସ୍ଥଳରେ ପ୍ରାଥମିକ ତଦନ୍ତ କରିବା ସହ ମୃତଦେହକୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଆଜି ବ୍ୟବଛେଦ କରିବା ଲାଗି ଶବ ସଂରକ୍ଷିତ ରଖାଯାଇଛି । ଏ ସମ୍ପର୍କରେ ଆଠଗଡ ଥାନାରେ ଏକ ଅପମୃତ୍ୟୁ (୫୩/୨୩) ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛନ୍ତି । ପୁଲିସ ପ୍ରାଥମିକ ତଦନ୍ତରୁ ମୃତ ବ୍ୟକ୍ତିଙ୍କ ଘର ନରସିଂହପୁର ବନ୍ଧହୁଡା ଏବଂ ତାର ନାଁ ମଙ୍ଗୁଳି ନାଏକ(୨୯) ବୋଲି ପୁଲିସ ଉପନିରୀକ୍ଷକ ଜନ୍ମିତା ସାମଲଙ୍କ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.