କେନାଲ ଭିତରେ ଖସିପଡିଥିବା କାରରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : କଟକ ସଦର ଥାନା ଅନ୍ତର୍ଗତ ନୂଆଁ କାଚରାମାଳ ସ୍ଥିତ କେନାଲରେ ଗତକାଲି ବିଳମ୍ବିତ ରାତିରେ ଭାରସ୍ୟାମ ହରାଇ କେନାଲ ଭିତରକୁ କାରଟି ଖସିପଡିବା ଯୋଗୁଁ କାରଟି ସମ୍ପୂର୍ଣ ପାଣିରେ ବୁଡ଼ିଯାଇଥିଲା । ଏଥିରେ ଥିବା ଚାଳକ ଜଣକ ସ୍ଥାନୀୟ ବମ୍ଫକୁଦ ଗ୍ରାମର ଅନିମେଷ ଜେନା ବୋଲି ଜଣାପଡିଛି । ଭୋର୍‌ରୁ ସ୍ଥାନୀୟ ଲୋକେ ସକାଳୁ ଚାଲିବା ପାଇଁ ଯିବାବେଳେ ଏହା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ କଟକ ସଦର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି କାରଟିକୁ ପାଣିରୁ ଉଦ୍ଧାର କଲାବେଳକୁ କାର ଭିତରେ ଥିବା ଚାଳକଙ୍କ ମୁତ୍ୟୃ ହୋଇସାରିଥିଲା । ମୃତଦେହକୁ ଆମ୍ବୁଲାନ୍ସ ଯୋଗେ କଟକ ଏସିବି ମେଡିକାଲ ଆଣ୍ଡ କଲେଜକୁ ପଠାଇ କାରଟିକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଲିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

error: Content is protected !!