p purohi

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ବଲାଙ୍ଗିର ଏବଂ ଏଚ୍‌ସିଜି କ୍ୟାନ୍ସର ସେଣ୍ଟର ବିଶାଖାପାଟଣା ତରଫରୁ କ୍ୟାନ୍ସର ଚିହ୍ନଟ ଶିବର ଅନୁଷ୍ଠିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଏବଂ ଏଚ୍‌ସିଜି କ୍ୟାନ୍ସର ସେଣ୍ଟର ବିଶାଖାପାଟଣାର ମିଳିତ ଆନୁକୂଲ୍ୟରେ ଏକ କ୍ୟାନ୍ସର ଚିହ୍ନଟ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଲେଜ ଛକ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ଶିବିରକୁ ଅନୁଷ୍ଠାନ ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଡିଏସ୍‌ଏସ୍‌ଓ ନବ ସାହୁ, ବିଶାଖାପାଟଣାରୁ ଡ଼ଃ କେ ବିଶ୍ୱନାଥ, ଡ଼ଃ ପଂଚଜନ୍ୟ ପଣ୍ଡା, ଡ଼ଃ ଅରବିନ୍ଦ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏଚ୍‌ସିଜି କ୍ୟାନ୍ସର ସେଣ୍ଟରର ଡି ବସନ୍ତ ଆଚାର୍ଯ୍ୟ ଏବଂ ଅଭିନାଶ ବୈଠାରୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଶିବରକୁ ଶତାଧିକ ରୋଗୀ ଆସି ମାଗଣାରେ ପରୀକ୍ଷଣ କରିଥିଲେ । ତା’ସହ ସରକାରଙ୍କ ବିଏସ୍‌କେୱାଇ ଯୋଜନା ମାଧ୍ୟମରେ ଏହି ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବ ବୋଲି ହସ୍ପିଟାଲ କତୃପକ୍ଷଙ୍କ ତରଫରୁ କୁହାଯାଇଥିଲା । ପରେ କର୍କଟ ରୋଗକୁ ନେଇ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଶ୍ରମିକ ମଂଗଳ ଭବନଠାରୁ ବାହାରି ସହର ପରିକ୍ରମା କରିଥିଲେ । ଏହାକୁ ଟାଉନ ଥାନା ଅଧିକାରିଣୀ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଙ୍ଗ ହ୍ୟୁମାନର ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.