oom

ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼

jsmm

ଢେଙ୍କାନାଳ : ଦିନକୁ ଦିନ ବଢିବାରେ ଲାଗିଛି ବାଲି ମାଫିଆଙ୍କ ଉତ୍ପାତ । ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ କାର୍ଯ୍ୟାଳୟ ନିକଟସ୍ଥ ବଣିଆପଡା ଗାଁ ନିକଟରେ ବାଲି ମାଫିଆ ଏକ କାର୍‌ ଉପରକୁ ବୋମା ମାଡ଼ କରିବା ସହ ଆତଙ୍କ ଖେଳାଇଛନ୍ତି । ବୋମା ମାଡ଼ରେ କାର୍‌ର ସାମ୍ନା ଭାଗ କ୍ଷତିଗ୍ରସ୍ତ ହୋଇଛି । ହେଲେ କାହାର କିଛି କ୍ଷୟକ୍ଷତି ଘଟିନାହିଁ । ସୂଚନା ମୁତାବକ, ବଣିଆପଡ଼ା ଗାଁ ରାସ୍ତାରେ ବେଆଇନ ଚୋରା ବାଲି ଚାଲାଣ ହେଉଛି । ଏହାକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ଆନ୍ଦୋଳନକୁ କରିଥିଲେ । ଏ ସମ୍ପର୍କରେ ଗ୍ରାମବାସୀ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଖଣି ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇବା ପରେ ବାଲି ମାଫିଆଙ୍କ କିଛି ଗୁଣ୍ଡା ରବିବାର ରାତି ପ୍ରାୟ ସାଢ଼େ ୨ଟାରେ ଗାଁ ମଧ୍ୟରେ ପଶି ରାସ୍ତା କଡରେ ରହିଥିବା ଏକ କାର୍‌ ଉପରକୁ ଦୁଇଟି ବୋମା ମାଡ କରି ଫେରାର ହୋଇଯାଇଛନ୍ତି । ଏନେଇ ଗ୍ରାମବାସୀ ମୋଟଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ବାଲି ମାଫିଆ ଓ ସେମାନଙ୍କ ଗୁଣ୍ଡାଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ଟେର୍ ପାଇନି । ତେବେ ସୋମବାର ପୂର୍ବାହ୍ନ ୧୦ଟାରେ ଏହାକୁ ନେଇ ବୈଠକ ହେବ ବୋଲି ସୂଚନା ମିଳିଛି ।

jittmm
Leave A Reply

Your email address will not be published.