ବ୍ଲକ ସ୍ତରୀୟ ଯୁବ ଉତ୍ସବ – ୨୦୨୫

  • ବିକଶିତ ଭାରତ – ଯୁବବର୍ଗଙ୍କ ସଂଳାପ ପ୍ରତିଯୋଗିତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଓଡିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ପୁରୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଡେଲାଙ୍ଗ ବ୍ଲକ ସ୍ତରୀୟ ଯୁବ ଉତ୍ସବ-୨୦୨୫ ସ୍ଥାନୀୟ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ବିକଶିତ ଭାରତ – ଯୁବବର୍ଗଙ୍କ ସଂଳାପ ଅନ୍ତର୍ଭୁକ୍ତ ଏହି ଉତ୍ସବରେ ପନ୍ଦରରୁ ଅଣତିରିଶି ବୟସର ଯୁବକମାନଙ୍କ ମଧ୍ୟରେ ଚିତ୍ରକଳା, ଗଳ୍ପ ଲିଖନ, କବିତା ଲିଖନ, ସଭାମଞ୍ଚ ସଂଯୋଜନା, ଦଳଗତ ନୃତ୍ୟ, ଦଳଗତ ସଂଗୀତ, ବିଜ୍ଞାନ ପ୍ରଦର୍ଶନ ଆଦି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ଯୁବକ ଓ ଦଳଙ୍କୁ ପୁରସ୍କୃତ କରାଯିବା ସହ ଶ୍ରେଷ୍ଠ ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଶତ୍ରୁଘ୍ନ ବେହେରା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳଶୈଳ ସ୍ୱାଇଁଙ୍କ ଦ୍ୱାରା ଉଦଘାଟିତ ଏହି ଉତ୍ସବରେ ମହତାବ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ମଲ୍ଲିକ, ମୁନିନ୍ଦା କେପିପି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ, ଉତ୍କଳ ଗୌରବ ବିଦ୍ୟା ନିକେତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସ, ଗଡ଼ମୋଟରୀ ବିଶ୍ୱନାଥ ଦେବ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପର୍ଶୁରାମ ଜେନା ପ୍ରମୁଖ ଯୁବକ ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଚିହ୍ନଟ ପାଇଁ ଏହି ଯୁବ ଉତ୍ସବ ଏକ ମାଧ୍ୟମ ହୋଇଥିବା ପ୍ରକାଶ କରିବା ସହ ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନ ଯୋଜନାର ଅବତାରଣା କରିଥିଲେ । କୃତି କ୍ରୀଡ଼ା ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ମଞ୍ଚ ସଂଚାଳନ କରିଥିଲେ । ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ ଓ ଅଶୋକ କୁମାର ବେହେରା, ଏଲିନା ମିଶ୍ର ବିଭିନ୍ନ ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ । ଭାରପ୍ରାପ୍ତ ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ସିଦ୍ଧାର୍ଥ ଗୌରବ ମିଶ୍ର, ସଚିନ୍ଦ୍ର ପ୍ରଧାନ, ସସ୍ମିତା ପଣ୍ଡା ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ମହତାବ ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗ ବାଳିକା ଉଚ୍ଚ ବିଦ୍ୟାଳୟ, ଉତ୍କଳ ଗୌରବ ବିଦ୍ୟାନିକେତନ, ବେରବୋଇ ଉଚ୍ଚ ବିଦ୍ୟାଳୟ, ମୁନିନ୍ଦା କେପିପି ଉଚ୍ଚ ବିଦ୍ୟାଳୟ, ଗଡ଼ ମୋଟରୀ ବିଶ୍ୱନାଥ ଦେବ ଉଚ୍ଚ ବିଦ୍ୟାଳୟ ଓ ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୮୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.