ppurohit

ଅସହାୟ ଅବସ୍ଥାରେ ଦଶରଥଙ୍କ‌ ପରିବାର : ଝାଟିମାଟି ଓ ପଲିଥିନ କୁଡିଆରେ ବିତୁଛି ଜୀବନ

2nd

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ ତାହା ଫେଲ୍‌ ମାରିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀପଡ଼ା ଗ୍ରାମରେ । ସୂଚନା ଏହି ଯେ, ଦୀର୍ଘଦିନ ଧରି ସମରା ଗ୍ରାମର ଆଦିବାସୀପଡା ଠାରେ ଦଶରଥ ଦେବଗୁରୁ ଛୋଟିଆ ଘର ଖଣ୍ଡିଏ କରି ଛଅ ପ୍ରାଣୀଙ୍‌ଙ୍କ କୁଟୁମ୍ବ ରହି ନିଜର କୈାଳିକ ବୃତ୍ତି ଧାନରେ ତିଆରି ମା’ ଲକ୍ଷ୍ମୀଙ୍କ ପ୍ରତିମା ତିଆରି କରି ଭିକ୍ଷା ବୃତ୍ତିରେ ନିଜର ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି । କିନ୍ତୁ ଦୁଃଖର ବିଷୟ, ଯେଉଁ ଛୋଟିଆ ଘର ଖଣ୍ଡିଏ ଥିଲା ତାହା ଭାଙ୍ଗି ଯିବା ଫଳରେ ଏବେ ପଲିଥିନ ଓ ଝାଟିମାଟି କୁଡ଼ିଆରେ ବହୁ ଅସୁବିଧାର ବସବାସ କରୁଥିବା ବେଳେ ସରକାରୀ ଘର ଖଣ୍ଡିଏ ପାଇଁ ବହୁ ଲୋକଙ୍କୁ କାକୁତି ମିନତି ହୋଇ ଗୁହାରି କରିଥିଲେ ହେଁ କେହି ଶୁଣୁନାହାନ୍ତି । ଫଳରେ ନିରାଶ ହୋଇ ପଡିଛ‌ନ୍ତି ସେ । ତେବେ ଦଶରଥ ଦେବଗୁରୁଙ୍କୁ ଘରଟିଏ ମିଳିବା ଆବଶ୍ୟକ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ସରକାରୀ ଯୋଜନାରେ ପ୍ରଶାସନ ତା‌ଙ୍କୁ ତୁରନ୍ତ ଘର ଦେଉ ବୋଲି ଦାବୀ ମଧ୍ୟ ହେଉଛି ।

Leave A Reply

Your email address will not be published.