oum

ଶିକ୍ଷା ହିଁ ସଂସାରର ଶ୍ରେଷ୍ଠ ବିଭୂତି

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିକ୍ଷା ହିଁ ଏ ସଂସାରର ଶ୍ରେଷ୍ଠ ବିଭୂତି ଓ ଏହା ଦ୍ୱାରା ଜଣେ ସମାଜରେ ପୂର୍ଣ୍ଣାଙ୍ଗ ମଣିଷ ଭାବେ ପରିଚିତ ହୋଇପାରିବ ବୋଲି ଗୋଡିପୁଟମାଟିଆପଡା ଗ୍ରାମ ପଞ୍ଚାୟତ ଅଧୀନ ଗୋପିନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କ୍ଷିରୋଦିନୀ ଶତପଥୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମାନ୍ୟ ଗଣ୍ୟ ଅତିଥିମାନେ ମତ ପୋଷଣ କରିଛନ୍ତି । ଇତ୍ୟବସରରେ ଆୟୋଜିତ ସଭାରେ ପୂର୍ବତନ ସ୍କୁଲ ଏସ୍ ଆଇ ଶିକ୍ଷାପ୍ରେମୀ ପ୍ରହଲ୍ଲାଦ ସ୍ୱାଇଁ ଅଧ୍ୟକ୍ଷତା କରି ବିଦ୍ୟାଳୟ ପ୍ରତି କେବଳ ଶିକ୍ଷକ ନୁହଁନ୍ତି ବରଂ ସମସ୍ତଙ୍କର ସଦୟ ସକରାତ୍ମକ ଦୃଷ୍ଟି ଓ ଆନ୍ତର୍ରିକତା ରହିବା ଉଚିତ୍ ବୋଲି ଉଦବୋଧିତ କରି ବିଦ୍ୟାଳୟର ପୂର୍ବ ପୃଷ୍ଠଭୂମି କଥା ଉପସ୍ଥାପିତ କରିଥିଲେ । ଏଥିରେ ଏବିଇଓ ସୁଷମା ଦାଶ, ଅବସରପ୍ରାପ୍ତ ସେକ୍ସନ୍ ଅଧିକାରୀ ବନବିହାରୀ ବସାକ୍, ଶିକ୍ଷାବିତ୍ ଅର୍ଜୁନ ସାମନ୍ତରାୟ, ଧନେଶ୍ଵର ମଙ୍ଗରାଜ, ଶ୍ରୀନିବାସ ମହାପାତ୍ର, ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥ, ପ୍ରାକ୍ତନ ସ୍କୁଲ ଏସ୍ ଆଇ ହରିହର ସାହୁ, ଶିକ୍ଷକ ସଂଘ ସମ୍ପାଦକ ପ୍ରଶାନ୍ତ ଦାସ, ପବିତ୍ର ଜେନା, ପୂର୍ବତନ ବିଇଓ ଯୁଧିଷ୍ଠିର ପରିଡ଼ା, ଶିକ୍ଷାବିତ୍ ଦୁର୍ଯ୍ୟୋଧନ ସାହୁ, ହରିବନ୍ଧୁ ପରିଡ଼ା, କୃଷ୍ଣଚନ୍ଦ୍ର ମିଶ୍ର, ବିଦ୍ୟୁତଲତା ମିଶ୍ର, ବରିଷ୍ଠ ଶିକ୍ଷକ ରମେଶ ପ୍ରଧାନ, ରମେଶ ଦାଶ, ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ, ସୁରେନ୍ଦ୍ର ନାୟକ, ପ୍ରାକ୍ତନ ସ୍କୁଲ କମିଟି ସଭାପତି କିଶୋରୀ ମୋହନ୍ ପଟ୍ଟନାୟକ, ଗୋପିନାଥପୁର ଦିବ୍ୟ ଜୀବନ ସଂଘର ସଭାପତି ଏଲ୍ ଏସ୍ ପି ରାୟ, ବୁଦ୍ଧିଜୀବି ତୀର୍ଥ ମୋହନ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦାନ କରି ଶିକ୍ଷୟିତ୍ରୀଙ୍କ ସୁଗୁଣ କହି ବିଭିନ୍ନ ଦେଶର ଶୈକ୍ଷିକ ଅବସ୍ଥା ଓ ଆମ ରାଜ୍ୟର ଶୈକ୍ଷିକ ବ୍ୟବସ୍ଥାର ତୁଳନାତ୍ମକ ଉପସ୍ଥାପନ ପୂର୍ବକ ବିଦ୍ୟାଳୟର ସାମଗ୍ରିକ ବିକାଶରେ ସରକାରୀ ସ୍ତର ସହ ଅଭିଭାବକ ମାନଙ୍କ ସହଯୋଗ ଏକାନ୍ତ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟଟି କିପରି କୋଠଘର ଓ ଭଗବତଘରୁ ଆରମ୍ଭ ହୋଇ ଆଜି ପୂର୍ଣ୍ଣାଙ୍ଗ ରୂପରେ ଦଣ୍ଡାୟମାନ ହୋଇଛି ସେ ସମ୍ବନ୍ଧେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ମିଶ୍ର ଅଭୁଲା ଅନୁଭୁତି ବର୍ଣ୍ଣନା କରିଥିଲେ । ଶିକ୍ଷକ ମଙ୍ଗୁଳି ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉଦ୍‌ଯୋଗୀ ପ୍ରଧାନ ଶିକ୍ଷକ ଗୋପାଳ ମହାପାତ୍ର ଓ କବୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶ ମଞ୍ଚ ସଂଯୋଜନା କରିଥିଲେ । ନିକଟରେ ପରଲୋକ ଗମନ କରିଥିବା ଶିକ୍ଷକ ଅମରେନ୍ଦ୍ର ପ୍ରଧାନ ଓ ସେହି ବିଦ୍ୟାଳୟ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିଥିବା ସ୍ଵର୍ଗତ ବାଳକୃଷ୍ଣ ବେହେରାଙ୍କ ଉଦ୍ଦେଶ୍ୟର ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଅବସର ନେଉଥିବା ଶିକ୍ଷୟିତ୍ରୀ କ୍ଷିରୋଦିନୀ ଶତପଥୀଙ୍କୁ ହରିରାଜପୁର, ହରିପୁର ସହ ଗ୍ରାମବାସୀ, ଛାତ୍ରଛାତ୍ରୀ, ଶିକ୍ଷକ ସଂଘ ତରଫରୁ ମାନପତ୍ର, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବର୍ଷୀୟାନ୍ ମହିଳା ଶଶିମଣି ବେହେରାଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ଶିକ୍ଷକ ବାଳାନିଧି ସାହୁ, ପ୍ରଭାକର ସେଠୀ, ହରି ରଥ, ଜଗନ୍ନାଥ ମିଶ୍ର, ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ବିଜୟା ଭାରତୀ ମିଶ୍ର, ନମିତା ଦେବୀ, ସଞ୍ଜୁକ୍ତା ବଳିୟାର ସିଂହ, ଶିକ୍ଷୟିତ୍ରୀ ସରୋଜିନୀ ଜେନା, ବେବୀ ପଟ୍ଟନାୟକ, କଳ୍ପନା ସାହୁ, ମମତା ପ୍ରଧାନ, ସବିତା ରଥ, ବାସନ୍ତୀ ଦେଇ, ଭାରତୀ ଜେନା, କଲ୍ୟାଣୀ ମହାପାତ୍ର, ବାସନ୍ତୀ ସାହୁ, ଅନ୍ନପୂର୍ଣ୍ଣା ଗିରି ଅବସର ପ୍ରାପ୍ତ ରେଳ କର୍ମଚାରୀ ଭାସ୍କର ବେହେରା, ସମାଜ ସେବୀ ଶ୍ୟାମସୁନ୍ଦର ଦେଓ ପ୍ରମୁଖ ଯୋଗଦେଇ ସମୁତ୍ସାହିତ କରିଥିଲେ । ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ନୃତ୍ୟ, ବିଦାୟ ଓ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ବିଦ୍ୟାଳୟ ପ୍ରେମୀ ପ୍ରଦୀପ ପଟ୍ଟନାୟକ, ଦୀପକ ସାହୁ, ଚିତ୍ତରଞ୍ଜନ ଦାଶ, ଶୁଭସ୍ମିତା ରଥ, ସବୁ ଅଭିଭାବକ, କମିଟି ଅଧ୍ୟକ୍ଷ ପ୍ରତିଭା ସାହୁ, ଉପାଧ୍ୟକ୍ଷ ମିନତୀ ସିଂ, ସୁଷମା ଦେଇ, ଗୋପିନାଥପୁର ତ୍ରିନାଥ କ୍ଲବ୍‌ର ସଭ୍ୟବୃନ୍ଦ, ପୂରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସମ୍ମିଳିତ ସହଯୋଗରେ ଉତ୍ସବଟି ସଫଳ ହୋଇଥିଲା । ଶିକ୍ଷୟିତ୍ରୀ ଗୀତାରାଣୀ ଶତପଥୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.