ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶିକଛିଡା ଗ୍ରାମରେ ଧୁମ୍‌ଧାମ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶିକଛିଡା ଗ୍ରାମରେ ଧୁମ୍‌ଧାମ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମିତି ସଭ୍ୟା ବିନିତା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ପୁରୁଷୋତ୍ତମ ସାହୁ, ବିଜେଡି ନେତା ନିହାର ରଞ୍ଜନ ବାଇଁ ଯୋଗ ଦେଇଥିବା ବେଳେ ଶ୍ରୀ ଗଣପତି ସାମାଜିକ ସାଂସ୍କୃତିକ ଅନୁଷ୍ଠାନର ଯୁବକ ମାନଙ୍କ ତରଫରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଧୁମ୍‌ଧାମ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିବା ବ୍ୟକ୍ତିତ୍ଵ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ମିଶ୍ର ଓ ସାମ୍ବାଦିକ ଗୁପ୍ତେଶ୍ୱର ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଶ୍ଚିମ ଓଡ଼ିଶାର ନାମୀଦାମୀ କଳାକାରମାନେ ଆସି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଶିକାଛିଡ଼ା ଗ୍ରାମବାସୀ ତଥା ଆଖପାଖ ଅଂଚଳର ଶତାଧିକ ଲୋକେ ଉପଭୋଗ କରିଥିଲେ ।

Leave A Reply

Your email address will not be published.