om academy

ତିଗିରିଆ ବ୍ଲକରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

jsm

ତିଗିରିଆ : ମଧୁବାବୁ ପେନ୍‍ସନ ଯୋଜନାରେ ତିଗିରିଆ ବ୍ଲକରେ ବିଭିନ୍ନ ବର୍ଗର ନୂତନ ଭତ୍ତା ହିତାଧିକାରୀଙ୍କୁ ମଙ୍ଗଳବାର ସେମାନଙ୍କ ଭତ୍ତା ରାଶି ବଣ୍ଟନ କରାଯାଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ୍ନ ଅଧିକାରୀ ପ୍ରଣବ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ ଯୋଗଦେଇ ଭତ୍ତା ବଣ୍ଟନ କରିଥିଲେ । ବ୍ଲକରେ ସମୁଦାୟ ୬୩୩ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି । ଏଥିରେ ୫୧୯ଜଣ ବାର୍ଦ୍ଧକ୍ୟ, ୭୬ଜଣ ବିଧବା, ୩୨ଜଣ ଭିନ୍ନକ୍ଷମ, ଜଣେ ଅବିବାହିତ ଏବଂ ୫ଜଣ ସ୍ୱାମୀ ପରିତ୍ୟକ୍ତା ରହିଥିବା ବ୍ଲକ କାର୍ଯ୍ୟାଳୟରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ।

Leave A Reply

Your email address will not be published.