oom

ଶବରପଡାକୁ ନାହିଁ ରାସ୍ତା : ଜମି ହୁଡା ହିଁ ଭରସା

jsmm

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡକାଠେଙ୍ଗା ପଞ୍ଚାୟତ ଶବରପଡା ଗାଁକୁ ସବୁଦିନିଆ ଭଲ ରାସ୍ତା ନାହିଁ । ଲୋକଙ୍କୁ ଯାତାୟାତ ପାଇଁ ଜମି ହିଡ ହିଁ ଭରସା ପାଲଟିଛି । ଭଲ ରାସ୍ତା ନ ଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରୀ ବାବୁମାନେ ଗାଁ ରାସ୍ତାର ଅବସ୍ଥା ତଦାରଖ କରିଥିଲେ । ଏହାପରେ କିଛି ଦୂର ରାସ୍ତା କାମ ମଧ୍ୟ ଆରମ୍ଭ ହେଲା । କିନ୍ତୁ ଅଧାବାଟରେ ଅଟକି ରହିଲା ରାସ୍ତା । ଏହି ଗାଁରେ ୧୪ ପରିବାରର ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି । ଗାଁରେ ସରକାରୀ ଯୋଜନାରେ ଆବାସ ଘର, ନଳକୂପ, ବିଜୁଳି, ଭତ୍ତା ଭଳି ଅନେକ ସୁବିଧା ମିଳିଛି । ହେଲେ ଗାଁକୁ ସବୁଦିନିଆ ଭଲ ରାସ୍ତା ନାହିଁ । ସବୁଦିନିଆ ଭଲ ରାସ୍ତା ନ ଥିବାରୁ ଗତ ବର୍ଷ ପ୍ରସୂତିଙ୍କୁ ଦୋଳାରେ ଡାକ୍ତରଖାନାକୁ ନେବା ସମୟରେ ଅଧାବାଟରେ ଜୀବନ ଯାଇଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । ରାସ୍ତା ସମସ୍ୟା ଯୋଗୁ ଗାଁର ଅଧିକାଂଶ ପିଲା ସ୍କୁଲ ମୁହଁ ମାଡୁନାହାନ୍ତି କି ଅଭିଭାବକ ମଧ୍ୟ ପିଲାଙ୍କୁ ଜଙ୍ଗଲ ରାସ୍ତା ଦେଇ ପ୍ରାୟ ୨ କି.ମି. ଦୂରରେ ଥିବା ବନ୍ଧପଡା ପ୍ରାଥମିକ ବିଦ୍ୟାଳୟ ଯିବାକୁ ସୁରକ୍ଷିତ ମନେ କରୁନାହାନ୍ତି । ବର୍ଷା ଦିନରେ ଗ୍ରାମବାସୀଙ୍କୁ ଗୃହବନ୍ଦୀ ଜୀବନ ଯାପନ କରିବାକୁ ପଡିଥାଏ । ଏହି ସବୁ ସମସ୍ୟା ଭିତରେ ଗ୍ରାମବାସୀ ଦିନ କାଟୁଛନ୍ତି । ଗ୍ରାମବାସୀ ଜିଲା ପ୍ରଶାସନଠାରୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କୁ ରାସ୍ତା ପାଇଁ ଗୁହାରି କରି ଥକି ପଡିଥିବା ଶବରପଡା ଗାଁର ସୁରେନ୍ଦ୍ର ସାହୁ, ବିଜୟ ଶବର, ଜିତେନ୍ଦ୍ର ଶବର, ଗଙ୍ଗାଧର ଶବର, ଟଙ୍କଧର ଶବର, କିଶୋର ଶବର, କୋକିଳ ଶବର, ଈଶ୍ୱ ଶବର, ରାମ ପ୍ରସାଦ ଶବର, ଲୀଳାମ୍ବର ଶବର, ଦୁର୍ବଳ କଟା, ଶଙ୍କର ନାଏକ, ବଣୁଆ ନାଏକ ପ୍ରମୁଖ ଗ୍ରାମବାସୀ କହିଛନ୍ତି । ଏ ନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସଙ୍କୁ ପଚାରିବାରୁ ସେହି ଗାଁକୁ ଆମେ କନିଷ୍ଠ ଯନ୍ତ୍ରୀକୁ ପଠେଇ ଥିଲୁ। ଗାଁକୁ ଯିବା ରାସ୍ତାରେ କିଛି ଜମିର ବିବାଦ ରହିଛି, ତାକୁ ଆମେ ଆଗାମୀ ଦିନରେ ଏକ ବୈଠକ କରି ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଏମ୍‌ଜିଏନ୍‌ଆରଇଜିଏ ଯୋଜନାରେ ରାସ୍ତା ତିଆରି କରାଯିବା ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.