oom

ସାଇକେଲ ଆରୋହୀଙ୍କୁ ଆକ୍ରମଣ କଲା ଭାଲୁ

jsmm

ଝରିଗାଁ : ସୋମବାର ରାତି ପ୍ରାୟ ୮ ଘଣ୍ଟା ୩୦ ମିନିଟ୍ ସମୟରେ ସାଇକେଲରେ ଝରିଗାଁ ବ୍ଲକ୍ ପାଲିଆ ପଞ୍ଚାୟତ ଅନ୍ତର୍ଗତ ରାମସା ଗ୍ରାମରୁ କୁରୁଙ୍ଗା ବେଡା ପଦୁରାମ ଭତରା ଯାଉଥିବା ବେଳେ ୧୫୦ ମିଟର ଦୂରରେ ରହିଥିବା ନିକଟସ୍ଥ ଜଙ୍ଗଲରୁ ତିନୋଟି ଭାଲୁ ରାସ୍ତା ପାରି ହେଉଥିବା ବେଳେ ଗୋଟିଏ ଭାଲୁ ହାବୁଡ଼ରେ ପଡ଼ି ଆକ୍ରମଣର ଶିକାର ହୋଇଥିଲେ । ବ୍ୟକ୍ତି ଜଣକ ଭୟରେ ଚିତ୍କାର କରିବାରୁ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ । ଲୋକେ ପାଟି କରିବାରୁ ଭାଲୁ ତିନୋଟି ଜଙ୍ଗଲ ଭିତରକୁ ପଳାଇଥିଲେ । ପଦୁରାମଙ୍କ ପିଛା ଓ ଦୁଇ ଗୋଡ଼କୁ ଭାଲୁ ରାମ୍ପୁଡ଼ି ଦେଇଛି । ପ୍ରଥମେ ଗାଁରେ ଥିବା କୁୱାକ ନିକଟରେ ଯାଇ ପ୍ରାଥମିକ ଚିକିତ୍ସା କଲା ପରେ ୧୦୮ ଆମ୍ବୁଲାନ୍ସକୁ ଡାକି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଭାଲୁ କେବଳ ରାମ୍ପୁଡି ଥିବାରୁ ସେତେଟା ଗୁରୁତର ଆଘାତ ହୋଇନଥିବା ପ୍ରକାଶ କରିଛନ୍ତି ପଦୁରାମ । ବର୍ତ୍ତମାନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ପଦୁଙ୍କ ସ୍ୱାସ୍ଥ୍ୟ ଠିକ୍ ଥିବା ଡାକ୍ତର ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.