ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଭଗବାନ ବିଦ୍ୟା ମନ୍ଦିର, ଖୁଜେନପାଲିରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁନୀଲ କୁମାର ଯୋଷୀଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସର୍ବ ବରିଷ୍ଠ କଳା ଶିକ୍ଷକ ସୁରେନ୍ଦ୍ର କୁମାର ନାଥ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କର ନିରବଚ୍ଛିନ୍ନ ଶିକ୍ଷାଦାନ ପଦ୍ଧତି, କାର୍ଯ୍ୟଦକ୍ଷତା ଛାତ୍ରଛାତ୍ରୀଙ୍କ ପ୍ରତି ଗଭିର ଅନୁରକ୍ତି ଆଦି ସବୁଦିନ ଅବିସ୍ମରଣୀୟ ରହିବ ବୋଲି ଶ୍ରୀ ଯୋଷୀ କହିଥିଲେ । ବିଦ୍ୟାଳୟର ସଭାପତି ଯୁଧିଷ୍ଠିର କୁମାର ସିଂହ ଶିକ୍ଷକ ସୁରେନ୍ଦ୍ର କୁମାର ନାଥଙ୍କ ବିଦ୍ୟାଳୟ ପ୍ରତି ଅବଦାନକୁ ଖୁବ୍ ପ୍ରଶଂସା କରିଥିଲେ । ଏହି ସଭାରେ ପରିଚାଳନା ସମିତିର ଅନ୍ୟତମ ସଦସ୍ୟ କିଶୋର କୁମାର ସିଂହନିନା, ଭୁପିନ୍ଦ୍ର ପ୍ରସାଦ ସିଂହ, ସଂଗ୍ରାମ କେଶରୀ ବହିଦାର, ରମେଶ ଚନ୍ଦ୍ର ମଲ୍ଲିକ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ନାଥଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ । ତାଙ୍କର ମହନୀୟ କାର୍ଯ୍ୟ ଦ୍ୱାରା ସେ ସବୁଦିନ ମନେ ରହିବେ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ।