ଇସ୍ପାତ ମାର୍କେଟରେ ମକର ସଂକ୍ରାନ୍ତି ଉପଲକ୍ଷେ ବନ୍ଧୁମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଇସ୍ପାତ ମାର୍କେଟ ଠାରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇସ୍ପାତ ମାର୍କେଟ ଯୁବ ବ୍ୟବସାୟୀ ବୃନ୍ଦ ତରଫରୁ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସହସ୍ରାଧିକ ବ୍ୟକ୍ତିଙ୍କ ପାଇଁ ପୁରୀ ଓ ଘୁଗୁନି ତରକାରୀର ବନ୍ଦୋବସ୍ତ କରାଯାଇଥିଲା । ହର୍ଷ ଉଲ୍ଲାସର ସହ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମାର୍କେଟର ପ୍ରାକ୍ତନ କର୍ମକର୍ତ୍ତା ଶଙ୍କର ଜେନା, ଭଗବାନ ବିଶ୍ୱାଳ, ମୁରଲୀଧର ମିଶ୍ର, କୁଳମଣି ଧଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଜୟ ତ୍ରିପାଠୀ, ଅଶୋକ ଦାସ, ବାବୁ ରାଜୁ, କବି ପରିଡ଼ା, ଉମେଶ ବାରିକ, ଆଲୋକ ପ୍ରଧାନ, ଅକ୍ଷୟ ସତ୍ୟେନ୍ଦ୍ର, ରମେଶ ପାତ୍ର, ବଂଶୀଧର ପ୍ରଧାନ, ଜାଖି ମଲ୍ଲିକ, ଦୁଃଶାସନ ସାହୁ, କାର୍ତ୍ତିକ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.