୧୨ ବର୍ଷର ଝିଅକୁ ବନ୍ଧକ ରଖି ଟଙ୍କା ମାଗୁଛି ସର୍ଦ୍ଦାର

ବେଲପଡା, (ଅଶୋକ କୁମାର ବାଗ) : ବେଲପଡା ବ୍ଲକ ସୁଲେକେଲା ଗ୍ରାମର ଦାଦନ ଶ୍ରମିକ କାହ୍ନୁ ମଲ୍ଲିକ ସୁଦୁର ତେଲେଙ୍ଗାନାକୁ ପରିବାର ବର୍ଗ ସହ ଦାଦନ ଖଟି ଯାଇଥିଲେ । ଭାଟି ମାଲିକର ନିର୍ଯ୍ୟାତନା ଯୋଗୁଁ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ଦେହ ଅସୁସ୍ଥ ହୋଇଥିବା ସତ୍ୱେ ତାଙ୍କୁ କାମ କରିବାକୁ ବାଧ୍ୟ କରାଯାଇଥିଲା । ଫଳରେ ତାଙ୍କ ଦେହ ଆହୁରି ଅସୁସ୍ଥ ହୋଇଥିଲା । ପରେ ଭାଟି ମାଲିକ କାହ୍ନୁ ମଲ୍ଲିକଙ୍କୁ ଘରକୁ ପଠାଇ ଦେଇଥିଲେ । ଘରେ ପହଞ୍ଚିବା ପରେ କାହ୍ନୁ ମଲ୍ଲିକଙ୍କର ମୃତ୍ୟୁ ହୋଇ ଥିବାବେଳେ ଦୁଃଖର ବିଷୟ ମୃତ ଦାଦନ ଶ୍ରମିକଙ୍କ ୧୨ ବର୍ଷର ଝିଅ ଅଙ୍କିତା ମଲ୍ଲିକଙ୍କୁ ବନ୍ଧକ ରଖି ଟଙ୍କା ମାଗୁଛି ସର୍ଦ୍ଦାର । ପରିବାର ବର୍ଗ ଜମି ବିକି ୫୦ ହଜାର ଟଙ୍କା ଦେବା ସତ୍ୱେ ଅଙ୍କିତାଙ୍କୁ ଛାଡ଼ୁନାହିଁ ଭାଟି ମାଲିକ । ଫଳ ସ୍ୱରୂପ ଆଜି ଘଟଣାସ୍ଥଳକୁ ପହଞ୍ଚି ଝିଅର ଉଦ୍ଧାର ଦାବି ନେଇ ଶବ ରଖି ପରିବାର ବର୍ଗଙ୍କ ସହ ଧାରଣାରେ ବସି ରହିଛନ୍ତି କୋଶଳ ରାଜ୍ୟର କିଛି କର୍ମକର୍ତ୍ତା । ଅତି ଶୀଘ୍ର ବନ୍ଧକ ରଖିଥିବା ଝିଅକୁ ମୁକ୍ତି ସହ ପରିବାର ଲୋକଙ୍କୁ କ୍ଷତିପୂରଣ ଓ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି କୋଶଳ କର୍ମକର୍ତ୍ତା ।

Leave A Reply

Your email address will not be published.