ରାଣୀ ଦୁର୍ଗାଦେବୀଙ୍କ ବଳିଦାନ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ଥିବା ଅଖିଳ ଭାରତୀୟ ଗୋଁଣ୍ତ ସମାଜ ମଣ୍ତପଠାରେ ଆଜି ରାଣୀ ଦୁର୍ଗାବତୀଙ୍କ ୪୬୦ତମ ବଳିଦାନ ଦିବସ ପାଳନ କରାଯାଇଛି । ଗୋଁଣ୍ତ ସମାଜ ମଣ୍ତପ ସଭାପତି ତଥା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରିଥିବା ବେଳେ ସଭାକୁ ଜୟ ସିଂ ଦାଉ ପରିଚାଳନା କରିଥିଲେ । ପ୍ରଥମେ ରାଣୀ ଦୁର୍ଗାବତୀଙ୍କ ଫଟୋଚ୍ଚିତ୍ରରେ ପୂଜାର୍ଚ୍ଚନା ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପୂଜକ ଭାବେ ଆନନ୍ଦ ଧରୁଆ ପୂଜାର୍ଚ୍ଚନା କରିଥିଲେ । ଏହି ବଳିଦାନ ଦିବସରେ ବରଗଡ ଜିଲ୍ଲା ଉପସଭାପତି ଚୈତୁ ସିଂହଦେଓ, ପୁରେନା ସର୍କଲ ସଭାପତି ଶୁକଦେବ ମାଝୀ, ସୁବ୍ରତ ଦିୱାନ, ଗୌରେସନ ଦାଉ, ଦୟାନନ୍ଦ ମାଝୀ, ତିଳୋତ୍ତମା ମାଝୀ, ନୁଆଗାଁ ସର୍କଲ ସଭାପତି ଶୋଭାରାମ ଧରୁଆ, ବସନ୍ତ ଧରୁଆ, ଜଗଦେବ ଧରୁଆ, ସହଦେବ ଧରୁଆ, କୋକନରା ସର୍କଲ ସଭାପତି ଅମୃତ ଲାଲ ବାଗ, ତୁର୍ଲା ସର୍କଲ ଭୋଲାନାଥ ଜଗତ, ଦଶରଥ ଜଗଦ, ଭଇଁଷାଦର୍ହା ସର୍କଲରୁ ଚିତ୍ତରଞ୍ଜନ ପୋର୍ରେ, କରମ ଧରୁଆ ଆଦି ଦୁର୍ଗାବତୀଙ୍କ ଅମରଗାଥା ଆଲୋଚନା ସହିତ ମହାନ ସଂଗ୍ରାମୀଙ୍କ ଜୀବନୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଠ୍ୟ ପୁସ୍ତକରେ ସାମିଲ କରିବା ପାଇଁ ଓଡିଶା ସରକାରଙ୍କଠାରେ ଦାବୀ ଜଣାଇବା ବୋଲି ଆଲୋଚନା ହୋଇଥିଲା । ଏହି ଦିବସକୁ ସ୍ମରଣ କରିବା ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ସଭାରେ ମତପ୍ରକାଶ ପାଇଥିଲା । ଶେଷରେ ସଫେଦ ସିଦାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.